ହାତୀପଲଙ୍କ ଉତ୍‌ପାତ୍‌ : ଧାନ ଫସଲ ନଷ୍ଟ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଳା କୁଲଡିହା ଅଚଂଳର ଜୁରିଆ ପାଟଣା ଗ୍ରାମରେ ତନୋଟି ହାତୀ ପଶି ବହୁ ଧାନ ଫସଲ ସହ ବହୁ କ୍ଷତି କରିଛନ୍ତି । ହାତୀଙ୍କ ଉତ୍‌ପାତ୍‌ ଦେଖି ଲୋକେ ଭୟଭୀତ ହୋଇ ପଡିଥିବା ଦେଖିବାକୁ ମିଳିଛି । ବନ ବିଭାଗ ଖବର ପାଇବା ପରେ ଗ୍ରାମକୁ ଆସି ଗ୍ରାମର ଲୋକଙ୍କ ସହିତ ମିଶି ହାତୀ ଘୋଡେଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଗତ ମଙ୍ଗଳବାର ଦିନ ମଧ୍ୟ ନିକଟସ୍ଥ ଗାଁକୁ ଆସି ହାତୀମାନେ ଏମିତି ଉତ୍‌ପାତ୍‌ କରିଥିଲେ । ସେଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି ।

Leave A Reply

Your email address will not be published.