oom

ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ । କୋଭିଡର ଦ୍ୱିତୀୟ ଲହର ବଲାଙ୍ଗିରବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଗତ ମାସ ସେ ନିଜେ ମଧ୍ୟ କୋଭିଡ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ସୁସ୍ଥ ହେବା ପରେ ଶ୍ରୀ ମିଶ୍ର ଆଜି ଏନ୍‌ଏଚ୍‌ର ପ୍ରସସ୍ଥିକରଣ କାମ, ପୃଥ୍ୱୀରାଜ ହାଇସ୍କୁଲ ଷ୍ଟାଡିୟମ ଓ ଇନ୍‌ଡୋର ଷ୍ଟାଡିୟମ, ମହାଲକ୍ଷ୍ମୀ ନଗର କଲ୍ୟାଣ ମଣ୍ଡପ ତଥା ତେଲିଗୋଠପଡାର ରାସ୍ତା କାମର ତଦାରଖ କରିଥିଲେ । ଉପସ୍ଥିତ ଥିବା ପୌର ଅଧିକାରୀ ବିପିନ କୁମାର ଦୀପଙ୍କୁ ସହରର ଅଳିଆ ଆବର୍ଜନାର ପରିଚାଳନା ଯେତେ ଶିଘ୍ର ହେବ ଠିକ୍ ହିସାବରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଗାମୀ ତିନି ଚାରି ଦିନ ଭିତରେ ପୌର ଅଧିକାରୀଙ୍କ ସହ ସହରର ପ୍ରତ୍ୟେକ ରାସ୍ତା ତଥା ଡ୍ରେନ ସଫେଇ କାର୍ୟ୍ୟର ଏକ ଟିକିନିଖି ତଦାରଖ କରିବେ ବୋଲି କହିଥିଲେ । ବହୁତ ଶିଘ୍ର ମହାଲକ୍ଷ୍ମୀ ନଗର କଲ୍ୟାଣ ମଣ୍ଡପକୁ ଯୋଡୁଥିବା ସମସ୍ତ ରାସ୍ତାର ଉନ୍ନତିକରଣ କରାଯିବ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ପୌରଧିକାରୀ, ସଦରବ୍ଲକର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ । ସେହିପରି ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ପିଇବା ପାଣି, ଚାଷୀ ସମସ୍ୟା, ପ୍ରାକୃତିକ ବିପର୍ୟ୍ୟୟ ଜନିତ ସମସ୍ୟା ତଥା କରୋନା ଭୂତାଣୁ ଯୋଗୁଁ ଲୋକେ ଭୋଗୁଥିବା ଅଭାବ ଅସୁବିଧା ବାବଦରେ ଭାର୍ଚୁଆଏ ମାଧ୍ୟମରେ କିମ୍ବା ଫୋନ ମାଧ୍ୟମରେ ଜନ ସମସ୍ୟାର ସମାଧାନ ପାଇଁ ଉଦ୍ୟମରତ ଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ବଲାଙ୍ଗିରରେ ଟାଉନ କଂଗ୍ରେସ ନେତୃତ୍ୱରେ ପ୍ରତ୍ୟେକ ଦିନ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲର ରକ୍ତ ଭଣ୍ଡାରରେ ରକ୍ତଦାନ କାର୍ୟ୍ୟକ୍ରମ ଚାଲିଛି । ଗତ ସପ୍ତାହରେ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ଠାରୁ ବଲାଙ୍ଗିର, ଦେଓଗାଁ ଏବଂ ବଲାଙ୍ଗିର ବ୍ଲକରେ ମଧ୍ୟ କରୋନା ସଂକ୍ରମିତ ତଥା ଲକ୍‌ଡାଉନ ଯୋଗୁଁ ଅସୁବିଧା ଭୋଗୁଥିବା ଲୋକଙ୍କ ସାହାଯ୍ୟ କରିବା ପାଇଁ ସେବା ସପ୍ତାହ ପାଳନ କରାଯାଉଅଛି । ଏହି ଜନହିତକର କାର୍ୟ୍ୟକ୍ରମମାନଙ୍କର ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଜିଲ୍ଲା ମୁଖ୍ୟ ଅଜୟ ବାଲି, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ପ୍ରମୁଖ ନେତୃତ୍ୱ ନେଉଥିବା କଂଗ୍ରେସ ସ୍ପଷ୍ଟ କରିଛି ।

jittmm
Leave A Reply

Your email address will not be published.