ନୂଆଦିଲ୍ଲୀ, (ପିଆଇବି) : ଆଜିର ଆଲୋଚନାରେ ଗୋଟିଏ କଥା ସାମ୍ନାକୁ ଆସିଛି – ସବୁ ଅଂଶୀଦାରଙ୍କ ଦୃଷ୍ଟିକୋଣ ଓ ଉଦ୍ଦେଶ୍ୟରେ ଏକତା ରହିଛି । ‘‘ଏଆଇ ଫାଉଣ୍ଡେସନ’’ ଏବଂ ‘‘ସଷ୍ଟେନେବଲ ଏଆଇ କାଉନସିଲ୍’’ ପ୍ରତିଷ୍ଠା କରିବାର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଏହି ପଦକ୍ଷେପଗୁଡ଼ିକ ପାଇଁ ମୁଁ ଫ୍ରାନ୍ସର ରାଷ୍ଟ୍ରପତି ଓ ମୋର ପ୍ରିୟ ବନ୍ଧୁ ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ମୋର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ଆଶ୍ୱାସନା ଦେଉଛି । ଆମକୁ ‘‘ଏଆଇ ପାଇଁ ବୈଶ୍ୱିକ ଭାଗିଦାରୀ’’କୁ ମଧ୍ୟ ବାସ୍ତବରେ ବୈଶ୍ୱିକ କରିବାକୁ ହେବ । ଏହା ଗ୍ଲୋବାଲ୍ ସାଉଥ୍ ଏବଂ ଏହାର ପ୍ରାଥମିକତା, ଚିନ୍ତା ଏବଂ ଆବଶ୍ୟକତାକୁ ଅଧିକ ଅନ୍ତର୍ଭୁକ୍ତ କରିବା ଉଚିତ । ଏହି ଆକ୍ସନ୍ ସମିଟର ଗତି ବଢ଼ାଇବା ପାଇଁ ପରବର୍ତ୍ତୀ ଶିଖର ସମ୍ମିଳନୀ ଆୟୋଜନ କରି ଭାରତ ଖୁସି ହେବ । ଧନ୍ୟବାଦ ।
Prev Post