ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ ଓ ସଙ୍ଗୀତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଅଂଚଳର ବିକାଶ ପାଇଁ ନିର୍ବାଚିତ ପ୍ରତିନିଧିମାନେ ଗୋଟିଏ ମଂଚରେ ବସି ପାରିଲେ ଅଂଚଳରେ ହେଉଥିବା ବିକାଶ କାର୍ଯ୍ୟର କ୍ଷୀପ୍ରତା ନିଶ୍ଚୟ ଦୁଇଗୁଣିତ ହୋଇପାରିବ । କିଛି ଦିନ ପୂର୍ବରୁ ବଲାଙ୍ଗିରର କିଛି ଯୁବକ ବଲାଙ୍ଗିର ଦିନ ପାଳନ ଅବସରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗୋଟିଏ ମଂଚରେ ବସାଇ ପାରିଥିଲେ । ଆଜି ପୁଣି ଗାଁର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ପ୍ରକଳ୍ପ ଉଦଘାଟନ ଉତ୍ସବରେ ଉଭୟ ସ୍ଥାନୀୟ ବିଧାୟକ ଓ ସାଂସଦ ଗୋଟିଏ ମଂଚରେ ବସିଛୁ । ଏହା ନିହାତି ଭାବେ ବଲାଙ୍ଗିର ବିକାଶ ପାଇଁ ଏକ ଶୁଭ ସୂଚନା ବୋଲି ଆଜି ବଲାଙ୍ଗିର ବ୍ଲକ ସ୍ଥିତ ମିର୍ଧାପାଲି ପଞ୍ଚୟତର କଅଗାଁ ଓ କୁଟୁମଡୋଲାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । କଅଗାଁ ଠାରେ ନିର୍ମାଣ ହେବାକୁ ପ୍ରକଳ୍ପର ବ୍ୟୟ ଅଟକଳ ୧୦୧ କୋଟି ହୋଇଥିବା ସ୍ଥଳେ କୁଟୁମଡୋଲା ପ୍ରକଳ୍ପ ୪୯ ଲକ୍ଷ ରହିଛି । ଉଭୟ ପ୍ରକଳ୍ପର କ୍ଷମତା ହେଉଛି ୧ଲକ୍ଷ ମିଟର । ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ, ପିଇବା ପାଣି ପ୍ରତ୍ୟେକ ଲୋକର ମୌଳିକ ଅଧିକାର । ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ହେଉଛି ଜନ ପ୍ରତିନିଧିଙ୍କର । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପର କାମ ଯେତେ ଶୀଘ୍ର ସରିବ ସେ ଉପରେ ଜନ ପ୍ରତିନିଧି, ଅଧିକାରୀ ଓ ଜନସାଧାରଣଙ୍କ ଭାଗିଦାରୀ ନିତାନ୍ତ ଅବଶ୍ୟକ ବୋଲି ସେ କହିଥିଲେ । ମାନ୍ୟବର ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରକଳ୍ପରୁ ଲୋକେ ଯେପରି ଶୀଘ୍ର ଲାଭବାନ ହୋଇପାରିବେ ସେ ଦିଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ କାର୍ଯ୍ୟକାରୀ ସଂସ୍ଥା ସ୍ୱତନ୍ତ୍ର ଧ୍ୟାନ ଦେବା ଉପରେ ନିଜ ବକ୍ତବ୍ୟରେ ଗୁରୁତ୍ୱ ପ୍ରଦାନ କରିଥିଲେ । କୁଟୁମଡୋଲା ଠାରେ ସାଧାରଣ ଲୋକେ ବିକଳାଙ୍ଗ, ବାର୍ଧକ୍ୟ ଭତ୍ତା, ସ୍କୁଲ , ଗ୍ରାମ୍ୟ ରାସ୍ତାକୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କ ସମ୍ମୁଖରେ ସମମସ୍ୟା ସମଧାନ ପାଇଁ ଅନୁରୋଧ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମମାନଙ୍କରେ ଅଧିକ୍ଷଣ ଯନ୍ତ୍ରୀ ବିପିନ ଦାଶ, ସହକାରୀ ଯନ୍ତ୍ରୀ ଗଗନ କିଷାନ, କନିଷ୍ଠ ଯନ୍ତ୍ରୀ ଅଶୋକ ଭୂୟାଁ, ଗ୍ରାମ୍ୟ ଉନ୍ନୟନ ସଂସ୍ତାର ସହକାରୀ ଓ କନିଷ୍ଠ ଯନ୍ତ୍ରୀ, କଂଗ୍ରେସ ନେତା ଉମାକାନ୍ତ ପଣ୍ଡା, ଡ ରାଧାକାନ୍ତ ଭୋଇ, ବ୍ଲକ ଉପାଧକ୍ଷା ଯଶୋବନ୍ତୀ ବଘାର, ଜିଲ୍ଲାପରିଷଦ ଶ୍ରୀଧର ବାରିକ, ସରପଞ୍ଚ ଶାନ୍ତିଲତା ବାରିକ, ଦେବଦତ୍ତ ପ୍ରଧାନ, ଶ୍ରୀ ବରେଇ, ସାଂସଦ ପ୍ରତିନିଧି ଅମିତ ସିଂ ନିନା, ବିଜେପି ନେତା ଅନନ୍ତ ଦାଶ ଓ ସୁନିଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.