- ମିଳନୀ, ସବିତା, ରଜନୀ, ସ୍ମିତାରାଣୀ, ସୌମ୍ୟ ଦୀପ ଏବଂ ସୁରେନ୍ଦ୍ର ପାଇଁ ନରସିଂହଙ୍କ ମାରାଥନ ପ୍ରଚାର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରବାସୀଙ୍କୁ ଅନୁରୋଧ ଆସନ୍ତା ୨୪ ତାରିଖ ଦିନ ଦିନର ବହୁମୂଲ୍ୟ ସୁଚିନ୍ତିତ ମତ ପ୍ରଦାନ କଲା ବେଳେ ଆପଣ ନିଜ ଅଂଚଳର ବିକାଶକୁ ପରଖନ୍ତୁ । କଂଗ୍ରେସ ଦଳ ଗତ ୭ ବର୍ଷ ଭିତରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛି, ଅନେକ ବାକି ରହିଯାଇଛି । ବିଗତ ପୌର ପରିଷଦର ବିରୋଧ ଯୋଗୁଁ ଅନେକ ପ୍ରକଳ୍ପ ଆଗେଇ ପାରୁନାହିଁ । ସଦାସର୍ବଦା ବିକାଶର ବିରୋଧି ସାଜିଛି ବିଗତ ଦିନର ବିଜୁ ଜନତା ଦଳର ଦଖଲରେ ଥିବା ପୌର ପରିଷଦ । ଗୋଟିଏ ପଟେ ପୌର ପରିଷଦର ପ୍ରତିରୋଧ ଏବଂ ତା’ ସହିତ ଗତ ୧୫ ବର୍ଷର ଅବହେଳାକୁ ବିରୋଧ କରି ଆଗାମୀ ୨୪ ତାରିଖରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ଦଳର ଅଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ଏବଂ ସମସ୍ତ ୨୧ଟି ଓା୍ୱର୍ଡର କଂଗ୍ରେସ ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କୁ ହାତ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦିଅନ୍ତୁ ବୋଲି ଆଜି ବିଧାୟକ ନରସିଂହ ମିଶ୍ର ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ନିର୍ବାଚନୀ ସଭାମାନଙ୍କରେ ଭୋଟର ଭାଇ ଭଉଣୀମାନଙ୍କୁ ନିବେଦନ କରିଛନ୍ତି । ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଚାର ବେଳେ ୱାର୍ଡ ନଂ.୧୮ର କାଉନସିଲର ସୁରେନ୍ଦ୍ର ଅଶ୍ୱପାଳ, ୭ର ସବିତା ଶତପଥୀ, ୬ର ସ୍ମିତାରାଣୀ ପଟ୍ଟନାୟକ, ୧୩ର ରଜନୀ ସେଠ, ୧୫ର ସୌମ୍ୟଦୀପ ସରାଫଙ୍କ ପାଇଁ ଶ୍ରୀ ମିଶ୍ର ଭୋଟ ଭିକ୍ଷା କରିଥିଲେ । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ପୌର ପରିଷଦର ଅବହେଳା ଅସହାୟ ହେଲାଣି, ପୌରାଂଚଳର ନାଳ ନର୍ଦ୍ଦମା, ରାସ୍ତାଘାଟ ଅପରିଷ୍କାର ହୋଇପଡିଛି । ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଅର୍ଥକୁ ବାଟମାରଣା କରି ନିଜ ବ୍ୟାଙ୍କ ବ୍ୟାଲେନ୍ସକୁ ବଢାଇଛି ବିଜେଡି ଦଖଲରେ ଥିବା ଗତ ପୌର ପରିଷଦ । ୱାର୍ଡମାନଙ୍କରେ ମିଛ ପ୍ରତିଶୃତି ଦେଇ ବିଜେଡି ଦଳର ପ୍ରାର୍ଥୀମାନେ ଗତ ପୌର ପରିଷଦ ହାତେଇଥିଲେ । ଆଶ୍ଚର୍ଯ୍ୟ ଲାଗୁଛି ଯେତେବେଳେ ୱାର୍ଡବାସୀ କାଉନସିଲରକୁ ଚିହ୍ନୁ ନାହାନ୍ତି କି ଜିତିବା ପରେ କାଉନସିଲର ତାଙ୍କ ୱାର୍ଡକୁ ଅଣଦେଖା କରୁଛି । ସଭାରେ ଉପସ୍ଥିତ ଥିବା ଅଧ୍ୟକ୍ଷ ପ୍ରାର୍ଥିନୀ ନିଜ ବକ୍ତବ୍ୟରେ ଉଚିତ ଅଧ୍ୟକ୍ଷା ପ୍ରାର୍ଥୀ ଏବଂ କାଉନସିଲର ପ୍ରାର୍ଥୀଙ୍କ ସପକ୍ଷରେ ନିଜର ବହୁମୁଲ୍ୟ ମତଦାନ ଦେବାକୁ ଭୋଟରକୁ ନିବେଦନ କରିଥିଲେ ନିଜ ଅଭିଭାଷଣରେ କହିଥିଲେ ମୁଁ ପାଂଚ ବର୍ଷ ପର୍ଯ୍ୟନ୍ତ ଚାକରାଣି ହୋଇ ରହିବି, ଆପଣ ଦୁଃଖ ସୁଖର ସହଭାଗୀ ହେବି । ଆଜି ଅନୁଷ୍ଠିତ ସଭାମାନଙ୍କରେ ନଗର ସଭାପତି ବୁଲୁ ଦାନି, ବରିଷ୍ଠ ନେତା ସୁଶାନ୍ତ ଷଢଙ୍ଗୀ, ଉମାକାନ୍ତ ସାହୁ, ପ୍ରଶାନ୍ତ ପ୍ରଧାନ, ଛାତ୍ର ସଭାପତି ଅଙ୍କିତ ସାହୁ, ଟୁନା ମିଶ୍ର, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।