om academy

ଯାଦବ ମହାସଭାର ନନ୍ଦ ଉତ୍ସବ ପାଳିତ

jsm

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସହରର ଯାଦବ ମହାସଭା ସମିତି ଆନୁକୂଲ୍ୟରେ ତାଙ୍କ ଆରାଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଉସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ କଳାକାହ୍ନୁ ମନ୍ଦିରରେ ରୀତିନୀତି ଅନୁସାରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇ ସେଠାରୁ ଶ୍ରୀକୃଷ୍ଣଙ୍କୁ ଏକ ବିମାନରେ ରଖି ଶୋଭାଯାତ୍ରାରେ ବାହାରି ଶ୍ରୀକୃଷ୍ଣଙ୍କ ଧୁନ ଭଜନର ତାଳେ ତାଳେ ନିଆଯାଇ ମା’ ପାଟନେଶ୍ୱରୀ ସମଲେଶ୍ୱରୀ ଓ ମା’ ଦସମତି ମନ୍ଦିରକୁ ଯାଇ ସେଠାରେ ପୂଜା କରି ଯାଦବ ଭାଇମାନଙ୍କ ପାରମ୍ପରିକ ରୀତିରେ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ ଏହି ବାଡ଼ି ଖେଳ ଦେଖିବାକୁ ସହରର ଉଭୟ ପାର୍ଶ୍ଵରେ ଶହ ଶହ ଜନସାଧାରଣ ଉପସ୍ଥିତ ରହି ବାଡ଼ିଖେଳକୁ ଉପଭୋଗ କରିଥିଲେ । ଏହି ଶୋଭାଯାତ୍ରାରେ ସଭାପତି ରଣଜିତ ଛତରଙ୍କ ନେତୃତ୍ୱରେ ଭଜଶଙ୍କର ଦୀପ, ସନ୍ୟାସୀ ବାଗ, ସତ୍ୟ ବାଗ ବଲାଙ୍ଗିର, ମନୋଜ ହାତୀ ଟିଟିଲାଗଡ଼, ବିରରାଜ ବାଗ, ଅମିତ ଭାଟି ଜନ୍ମାଷ୍ଟମୀର କର୍ତା ଓ କଣ୍ଟାବାଞ୍ଜିରୁ ଲକ୍ଷଣ ବାଗ ଓ ପାଟଣାଗଡ଼ ଉପଖଣ୍ଡର ଉପସଭାପତି ସଂକୀର୍ତ୍ତନ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.