ls

କପିଲାଭଟା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ସ୍ୱେଚ୍ଛାସେବୀ କେଦାର ଭୋଇଙ୍କ ନାମାଙ୍କନ ପତ୍ର ଦାଖଲ

sb

ବଙ୍ଗୋମୁଣ୍ଡା, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ସ୍ୱେଚ୍ଛାସେବୀ କେଦାର ଭୋଇ ତାଙ୍କର ନାମାଙ୍କନ ପତ୍ର ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଗତକାଲି ଦାଖଲ କରିଛନ୍ତି । ଅଞ୍ଚଳରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାରେ ଲୋକେ ଜର୍ଜରିତ ଭାବେ ଜୀବନ ବିତାଉ ଥିବା ବେଳେ ଆଜି ବି ମୌଳିକ ସମସ୍ୟାର ସମାଧାନ ମିଳୁନାହିଁ । ଲୋକଙ୍କ ସେବା କରିବା ସକାଶେ ରାଜନୈତିକ ମଇଦାନକୁ ଆସିଛନ୍ତି । ତେଣୁ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ନିର୍ବାଚନରେ ବିଜୟୀ କରାଇବାକୁ ସେ କପିଲାଭଟା ପଞ୍ଚାୟତବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଛୋଟିଆ ଆଦିବାସୀ ଗାଁ ସନ୍ଧିସର ସ୍କୁଲରେ ପାଠପଢି ଲୋକଙ୍କ ସେବା କରିବା ପାଇଁ ଆସିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.