ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

  • ପ୍ରଥମ ଦିବସରେ ରମ୍ଭା ଓ ଗଂଜାମ ଏନ୍‌ଏସିରେ ନାମାଙ୍କନ ପତ୍ର ଦାଖଲ ହେଲା ନାହିିଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିବସରେ ଗଞ୍ଜାମ ଓ ରମ୍ଭା ଏନ୍‌ଏସିରେ କେହି ବି ଜଣେ ପ୍ରାର୍ଥୀ ପତ୍ର ଦାଖଲ କରି ନଥିବା ଜଣାପଡ଼ିଛି । ରମ୍ଭା ଏନ୍‌ଏସି ପାଇଁ ନିର୍ବାଚନ ଅଧିକାରୀ ରୂପେ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟୀ ଦାସ ଦାୟିତ୍ୱ ତୁଳାଉ ଥିବା ବେଳେ ଗଂଜାମ ଏନ୍‌ଏସି ପାଇଁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ଚଳିତ ମାସ ୨୪ ତାରିଖରେ ପୌର ନିର୍ବାଚନ ଭୋଟ୍ ଦାନ ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ୨ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପାଇଁ ତାରିଖ ସ୍ଥିର ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଏନ୍‌ଏସିରେ ୧୨ଟି ୱାର୍ଡ ଥିବା ବେଳେ ରମ୍ଭା ଏନ୍‌ଏସିରେ ୧୩ଟି ୱାର୍ଡ ରହିଛି । ଗତ ନିର୍ବାଚନରେ ଦୁଇଟି ଯାକ ଏନ୍‌ଏସି ବିଜେଠି ଦଖଲରେ ଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କୌଣସି ଦଳର ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇ ନଥିବା ଜଣାପଡିଛି ।

Leave A Reply

Your email address will not be published.