om academy

ଯୁକ୍ତ ୨ ସ୍ପଟ ନାମଲେଖା ଆରମ୍ଭ

jsm

ଭୁବ‌ନେଶ୍ୱର : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି । ପୂର୍ବାହ୍ନ ୧୧ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ତାଲିକା ପ୍ରକାଶ ପାଇବା ପରେ ସ୍ପଟ୍ ନାମଲେଖା ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇଛି । ୨୦ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଚାଲିବ । ପ୍ରଥମ ଦିନ ୬୮୫ ଜଣ ନାମ ଲେଖାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ, ରାଜ୍ୟରେ ୨,୦୬୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପାଇଁ ୫,୦୭,୮୨୨ ସିଟ୍ ରହିଛି । ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୩,୬୫,୨୩୫ ସିଟରେ ନାମଲେଖା ସରିଥିବା ବେଳେ ଆଉ ୧,୪୩,୨୭୨ଟି ସିଟ୍ ବଳକା ପଡ଼ିଥିଲା । ଶନିବାର ସ୍ପଟ ନାମଲେଖା ଆରମ୍ଭ ହେବା ପରେ ଆଉ ୧,୪୨,୫୮୭ ସିଟ୍ ରହିଛି ।

Leave A Reply

Your email address will not be published.