ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ଦିନକୁ ଦିନ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆଜି ଚତୁର୍ଥ ଦିନରେ ଏହି ବ୍ଲକରେ ସରପଞ୍ଚ ପଦ ପାଇଁ ୯, ସମିତି ସଭ୍ୟ ପାଇଁ ୨୪ ଓ ୱାର୍ଡ ସଭ୍ୟ ପାଇଁ ୬୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଆଜି ବି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ଗାଁରୁ ଗ୍ରାମ ପଞ୍ଚାୟତ ସବୁଠି ପ୍ରାର୍ଥୀମାନେ ନିଜ ନିଜର ହାତଗଣତି ସମର୍ଥକଙ୍କୁ ନେଇ ନିଜ ନିଜର ପ୍ରାର୍ଥୀ ପତ୍ର ପ୍ରସ୍ତୁତ କରିବା ସହିତ ନାମାଙ୍କନ ପାଇଁ ଆସୁଥିଲେ । ତେବେ ଶେଷ ଦିନରେ ପ୍ରାର୍ଥୀ ପତ୍ର ସଂଖ୍ୟା ସବୁଦିନ ଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି ଏବଂ ଏଥିସହିତ ପ୍ରାର୍ଥୀପତ୍ର ଯାଞ୍ଚ ଶନିବାର ଦିନ ହେବ ବୋଲି ସୂଚନା ମିଳିଛି ।