oom

ଜମୁଛି ମାଁ ଗଜଲକ୍ଷ୍ମୀ ପୂଜା : ସନ୍ଧ୍ୟା ଆଳତୀ ଓ ୧୬ ପ୍ରହରୀ ନାମଯଜ୍ଞ

jsmm

ସଇଁତଲା, (ପ୍ରମୋଦ ସେଲମା) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଇଁତଲା ବ୍ଲକଛକ ଠାରେ ଚାଲିଥିବା ମାଁ ଗଜଲକ୍ଷ୍ମୀ ପୂଜା ଓ ୧୬ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଉକ୍ତ ବ୍ଲକ ଛକ ଠାରେ ପଣ୍ଡିତ କିରଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପୂଜା ପଣ୍ଡିତ ନବଘନ ଷଡ଼ଙ୍ଗୀ, ହରିହର ମିଶ୍ର, ମାନସ ମିଶ୍ର, ସୁରେନ୍ଦ୍ର ମିଶ୍ର ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । ଚଳିତ ବର୍ଷ କର୍ତ୍ତା ଭାବରେ ତପନ ଦାସ ଓ ତାଙ୍କ ଧର୍ମପତ୍ନୀ ଜ୍ୟୋସ୍ନାମୟୀ ତ୍ରିପାଠୀ ଦାୟିତ୍ଵ ନିର୍ବାହ କରୁଥିବାବେଳେ ପ୍ରହରୀ ଓ କର୍ତ୍ତା ପାଇଁ ବିନୋଦ ବଗର୍ତ୍ତୀ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ବଗର୍ତ୍ତୀ ପୂଜା ଦାୟିତ୍ଵ ନିର୍ବାହ କରୁଛନ୍ତି । କାର୍ଯ୍ୟକ୍ରମରେ ମାଁ ଗଜଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗରେ ଚାଲିଛି । ଏହି ପୂଜାରେ ଦର୍ଶକଙ୍କ ମନୋରଂଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସନ୍ଧ୍ୟା ଆଳତୀରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳୁଛି । ସେହିପରି କରମତଲା ପଞ୍ଚାୟତ ଛନଛଡ଼ା ଗାଁରେ ୨୪ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଉକ୍ତ ପୂଜାରେ ପ୍ରଦୀପ ବାଗ ତାଙ୍କ ଧର୍ମପତ୍ନୀ ତିଳୋତ୍ତମା ବାଗ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବାବେଳେ ପଣ୍ଡିତ ସୁରେଶ ପୁରୋହିତ, ଶ୍ୟାମ ପୁରୋହିତ, ରବି ପୁରୋହିତ, ଭିକ ପୁଝାରୀ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଉଛନ୍ତି । ଏହି ପୂଜାରେ କମିଟି ସଭାପତି ସୁବ୍ରତ ବେହେରା, ଉପସଭାପତି ବାମନ ବୁଡ଼େକ, ସମ୍ପାଦକ ନାରାୟଣ ରଣା, ସହସମ୍ପାଦକ ଶୁଭ୍ରାଂଶୁ ମହାକୁର ରହିଥିବା ବେଳେ ସଭ୍ୟ ଭାବରେ ସମୀର ବେହେରା, ବରୁଣ ଭୋଇ, ଅଲୋକ ବୁଡ଼େକ, ବସୁଦେବ ଚୌହାନ, ବରୁଣ ଦଳପତି, ଦାମୋଦର ମହାକୁର, ରଞ୍ଜିତ ପାଢ଼ୀ, ଶିବୁ ଶର୍ମା, କୈଳାସ ମହାକୁର, ଜିତୁ ନାଗ, ସାରଙ୍ଗ ରଣା, କୂଳ ବେହେରା, ଯୁଗ ସାହୁ, ବୈଶାଖୁ ଭୋଇ, ବୁଲୁ ଭୋଇ ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ତୁଲାଉଛନ୍ତି । ଏପରିକି ଟିକ୍ରାପଡା ଠାରେ ମଧ୍ୟ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ଅକ୍ଷୟ ରଣା ତାଙ୍କ ପତ୍ନୀ ଆକାଶୀ ରଣା ଓ ଦୁଃଖୀଶ୍ୟାମ ରଣା ତାଙ୍କ ପତ୍ନୀ ବିଷ୍ଣୁପ୍ରିୟା ରଣା ପୂଜା ଦାୟିତ୍ୱ ତୁଲାଉଛନ୍ତି । ଏଥିରେ ଗଣେଶ ଠାକୁର ପେସିଡେନ୍‌ ଶରତ ରଣା, ଲିଙ୍ଗ ରଣା, ମାନସ ରଣା, ଦଶରଥ ରଣା, ତୁଲାରାମ ଭୋଇ, ତ୍ରିନାଥ ରଣା, ସନାତନ ରଣା, ବିରଞ୍ଚି ରଣା, ଅଜିତ ରଣା ଓ ରାଜକୁମାରଙ୍କ ସମେତ ରଣାପଡା ଗଣେଶ ପୂଜା କମିଟି ଓ ଟିକ୍ରାପଡା ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.