ସନ୍ତୋଷୀ ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ହାଇସ୍କୁଲପଡା ଓ ବାହାଲପଡା ମଧ୍ୟସ୍ଥ ଠାରେ ନବ ନିର୍ମିତ ସନ୍ତୋଷୀ ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସନ୍ତୋଷୀ ମା’ଙ୍କ ମନ୍ଦିର ପ୍ରତିଷ୍ଠାତା ଭାବେ ସାବିତ୍ରୀ ସା ଓ ଗଳାମଣି ସା ଯୋଗ ଦେଇଥିବା ବେଳେ ଏହି ଉତ୍ସବ ଉପଲକ୍ଷେ ହେଉଥିବା ଅଷ୍ଟପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବେ ବିଲାଶ ସା ଓ ରବିନ୍ଦ୍ର ସା ଦାୟିତ୍ୱ ତୁଳାଇଛନ୍ତି । ଆଜି ସକାଳ ସମୟ ୯ ଟା ବେଳେ ଉକ୍ତ ଉତ୍ସବକୁ ନେଇ ସ୍ଥାନୀୟ ମହିଲା ମାନେ ଏକ କଲସ ଯାତ୍ରାରେ ବାହାରି ସିନାପାଲି ଉଦନ୍ତି ନଦୀରେ ପବିତ୍ର ପୂଜାଅର୍ଚ୍ଚନା କରି କଳସୀରେ ପାଣି ଭରି ସିନାପାଲି ସହର ପରିକ୍ରମା କରି ଉକ୍ତ ମନ୍ଦିର ପରିସରରେ କଲସୀ ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନାରାୟଣ ପାତ୍ର, ମାଧବ ସା, ସୁମନ୍ତ ସା, ଦୁଷ୍ମନ୍ତ ସା, ବିଦ୍ୟାଧର ସା, ଯଶୋବନ୍ତ ସା, ରମାକାନ୍ତ ସା, ନରେନ୍ଦ୍ର ସା, ଅଶୋକ ସା, ଧିରେନ୍ଦ୍ର ସା, ସମତେ ମା’ କର୍ମାଦେବୀ ୟୁଥ କ୍ଲବ, ଆଦର୍ଶ ୟୁଥ କ୍ଲବ ଓ ବରିଷ୍ଠ ବୁଦ୍ଧିଜୀବୀ ସହଯୋଗ କରିଛନ୍ତି ।

Leave A Reply

Your email address will not be published.