ଷୋହଳ ପ୍ରହର ନାମଯଜ୍ଞର ଦ୍ଵିତୀୟ ଦିବସରେ ମହାମନ୍ତ୍ର ଧ୍ୱନିରେ ପ୍ରବାହିତ ପୁରେନା ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ନାମଯଜ୍ଞ ଆରମ୍ଭରୁ ପ୍ରହର ଅନୁସାରେ ଭଗବାନଙ୍କଠାରେ ଭୋଗ ସହ ହୋମ ଅନୁଷ୍ଠିତ ହୋଇଅଛି । ମହାମନ୍ତ୍ର ଧ୍ୱନିରେ ପ୍ରବାହିତ ପୁରେନା ଗ୍ରାମ ହରିଭକ୍ତି ତଥା ଭକ୍ତିମୟରେ ପୂରୁ ଉଠୁଛି । ହରିନାମାମୃତରେ ଭକ୍ତମାନେ ଆନନ୍ଦ ଉଲ୍ଲାସ ଭାବ ବିହ୍ୱଳରେ ବୁଡି ଯାଇଥିବା ବେଳେ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ପରିଲକ୍ଷିତ ହେଉଛି । ଏଥିରେ ନିମନ୍ତ୍ରିତ ସଂକିର୍ତ୍ତନ ଦଳ ଶବରପଡ଼ା, ମଶାନ କୁଣ୍ଡା, ସାରଙ୍ଗଶିଳୀ, ଦର୍ଲିପାଲି, ପୁରେନା କ, ପୁରେନା ଖ ଦଳ ଅଂଶଗ୍ରହଣ ସଂକିର୍ତନ ପରିବେଷଣ କରିଥିଲେ । ଏଥିରେ ଯଜ୍ଞ କର୍ତ୍ତା ଭାବେ ଜ୍ଞାନ ରଞ୍ଜନ ମହାନ୍ତି ତାଙ୍କ ଧର୍ମପତ୍ନୀ ଝରଣା ଦାସ କାର୍ଯ୍ୟ ନିର୍ବାହ କରୁଥିବା ଦକ୍ଷ ପଣ୍ଡିତ ତରଣୀ ସେନ ଦାସ ଓ ପୂର୍ଣ୍ଣ ଚନ୍ଦ୍ର ଦାସ ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରୁଛନ୍ତି । ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରେନା ଗ୍ରାମର ସମସ୍ତ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଦାୟିତ୍ଵ ନେଇଛନ୍ତି । ପରିଚାଳନା କମିଟି ଯଶଦିଓ ସିଂ, ଗଣପତି ଦାଉ, ମୋତିଲାଲ ଧରୁଆ, ଜିତେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ନାଏକ, ନରସିଂହ ଡନସନା, ଖଗେଶ୍ୱର କରେଇ, କରୁଣା କର ଡନସନା, ଆନନ୍ଦ ପୁଟା, ଦୟାନନ୍ଦ ମାଝୀ ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.