ରଣାପଡାରେ ନାମଯଜ୍ଞ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ରଣାପଡାସ୍ଥିତ ଜୟଦୁର୍ଗା କ୍ଲବ ଆନୁକୂଲ୍ୟରେ ହେଉଥିବେ ୫୬ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ୨୪ ପ୍ରହର ନାମଯଜ୍ଞ ସୋମବାର ଆରମ୍ଭ ହୋଇଛି । ଏଥିପାଇଁ ରବିବାର ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଇଥିଲା । ଦୁର୍ଗାପୂଜାର କର୍ତ୍ତା ଭାବେ ଅଜୟ ରଣା ଓ ପତ୍ନୀ ସୁନୀତା ରଣା ଏବଂ ନାମଯଜ୍ଞରେ ଶୁଭ୍ରାଂଶୁ ରଣା ଓ ପତ୍ନୀ ସନ୍ତୋଷିନୀ ରଣା ଦାୟିତ୍ୱ ନିର୍ବାହ କରୁଛନ୍ତି ।

Leave A Reply

Your email address will not be published.