ବଡବାଙ୍କି ୱାର୍ଡ ନଂ ୧ ସାଲେଭଟାପଡାରେ ପାଣି ସମସ୍ୟା : ନଳକୂପ ମରାମତି ପାଇଁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ୱାର୍ଡ ନଂ ୧ ସାଲେଭଟାପଡାର ନଳକୂପ ପ୍ରାୟ ପନ୍ଦର ଦିନ ହେବ ମରାମତି ନିମନ୍ତେ ଖୋଲି ଏଯାଏଁ ମରାମତି କରାଯାଇ ନ ଥିବା ଅଭିଯୋଗ ହେଉଛି । ଅନେକଥର ସରପଞ୍ଚକୁ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଅଣଦେଖା କରାଯାଉଥିବା ବେଳେ ବ୍ଲକର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ଗୁହାରି ଶୁଣି ନ ଥିଲେ ବୋଲି ପଡାବାସୀଙ୍କ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବର୍ତ୍ତମାନ ଆମପଡାରେ ସପ୍ଲାଏ ପାଣି ପାଇପ୍ ଖୁଣ୍ଟ ଗୋଟିଏ ଅଛି ଓ ସେହି ସପ୍ଲାଏ ପାଣି ଗୋଟିଏ ସମୟ ଦେଉଥିବାରୁ ଏଭଳି ଖରାଦିନେ ପାଣି ମୁନ୍ଦେ ପାଇବାକୁ ବିକଳ ହୋଇପଡିଛୁ ବୋଲି ପଡାବାସୀ କହିଛନ୍ତି । ଆମ ପଡ଼ାର ତୁରନ୍ତ ନଳକୂପ ମରାମତି କରାଗଲେ ଏବଂ ସପ୍ଲାଏ ପାଣି ପାଇପ୍ ଖୁଣ୍ଟ ଚାରୋଟି ଲଗାଇ ଦିଆଗଲେ ପାଣିର ସମସ୍ୟାରୁ ବଞ୍ଚିତ ହୋଇପାରିବୁ ବୋଲି ପଡାବାସୀ କହିଛନ୍ତି । ନଳକୂପ ମରାମତି କରିବା ପର୍ଯ୍ୟନ୍ତ ପାଣି ଟେଙ୍କର ଦ୍ଵାରା ପାଣି ଯୋଗାଇ ଦିଆଯାଉ ବୋଳି ବିଷ୍ଣୁ ପ୍ରିୟା ଏସ୍‌ଏଚ୍‌ଜିର ସଭାନେତ୍ରୀ ଶାନ୍ତି ଲତା ବେହେରା ଏବଂ ସମ୍ପାଦିକା ଅଞ୍ଜଳୀ ଧରୁଆ ଓ ସଦସ୍ୟା ବୃନ୍ଦ, ମା’ ତାରେଣୀ ଏସ୍‌ଏଚ୍‌ଜିର ସଭାନେତ୍ରୀ ଉମାକାନ୍ତି ଧରୁଆ ଓ ସମ୍ପାଦିକା ଟିକେମନି ମାଝି ଏବଂ ସଦସ୍ୟା ବୃନ୍ଦ, ମା’ ବୈଷ୍ଣବ ଦେବୀ ଏସ୍‌ଏଚ୍‌ଜିର ସଭାନେତ୍ରୀ ମଞ୍ଜୁଲା ଧରୁଆ ଓ ସମ୍ପାଦିକା ଦେବକି ମାଝି ଏବଂ ସଦସ୍ୟା ବୃନ୍ଦ।ଯୁବ ଗୋଷ୍ଠୀ ବସୁମାଝି, ଗୋପୁର ଧରୁଆ, ଭକୁଆ ମାଝି, ଦସମୁ ମାଝି, ପିତାମ୍ବର ଧରୁଆ, ବିରେନ୍ଦ୍ର ମାଝି, କେଶରାଜ ମାଝି, ପରମାନନ୍ଦ ଧରୁଆ ପ୍ରମୁଖ ଦାବୀ କରିଛନ୍ତି । ଆମ ପଡ଼ାରେ ପାଣିର ସହଯୋଗ କରାନଗଲେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ ସୃଷ୍ଟି କରିବାକୁ ବାଧ୍ୟ ହେବୁ ବୋଲି ପଡାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.