ls

ସଇଁନ୍ତଲାରେ ଧରା ପଡିବେ କି ନକଲି ଶିକ୍ଷକ : ବିଇଓ କାର୍ଯ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

sb

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଲମ୍ବା ଚେର । ଲୋକେ ଆଲୋଚନା କରୁଛନ୍ତି ଯେ ନାମକୁ ମାତ୍ର ଯାଞ୍ଚ । ପ୍ରକୃତରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧରାପଡୁ ନାହାନ୍ତି କାହିଁକି ? ସ୍ଥାନୀୟ ବ୍ଳକ ପ୍ରଶାସନ ଯଦି ଯାଞ୍ଚ କରିବ ତେବେ ଧରା ପଡିବେ କେମିତି ? ନିଜ ଲୋକଙ୍କୁ କିଏ ବିପଦରେ ପକାଏ କି ଏଭଳି ଅନେକ ପ୍ରଶ୍ନବାଚୀ ସାଧାରଣରେ ସୃଷ୍ଟି ହୋଇଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିଇଓ କାର୍ୟ୍ୟାଳୟ ପରିସରରେ ଗତକାଲି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ କରାଯାଉଥିବା ବେଳେ ଏହି ବ୍ଳକରେ ଅନେକ ନକଲି ପ୍ରମାଣ ପତ୍ର ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚାକିରୀ କରୁଛନ୍ତି । ହେଲେ ନକଲି ଶିକ୍ଷକ ମାନେ ଧରା ପଡୁନାହାନ୍ତି । ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିନା ମାସ୍କରେ ଆସିଥିବା ଦେଖିବାକୁ ମଧ୍ୟ ମିଳିଥିଲା । ତେବେ ଉଚ୍ଚ କର୍ତ୍ତୃପକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

pc pk
Leave A Reply

Your email address will not be published.