oom

ବଲାଙ୍ଗିର ଜିଲ୍ଲାରେ ପୁଣି ୭ ଜଣ ନକଲି ଶିକ୍ଷକ

jsmm

ସାଲେଭଟା, (କେପିଏନ୍‌ଏସ୍‌) : ରାଜ୍ୟ ଗଣଶିକ୍ଷା ବଭାଗ ତରଫରୁ ନକଲି ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ଜିଲ୍ଲା ଓ ଶିକ୍ଷା ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି । ଉକ୍ତ ପତ୍ରରେ ବଲାଙ୍ଗିର ଜିଲ୍ଲାର ୭ ଜଣ ନକଲି ଶିକ୍ଷକ ରହିଥିବା ନେଇ ଉଲ୍ଲେଖ କରାଯାଇଥିବା ଚର୍ଚ୍ଚାର ବିଷୟ ପାଳଟିଛି । ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା-୨ସି-୪ଏସ-୧୭୩/୨୦୧୯ -୧୧୮୭୬ ତା.୧୮.୦୫.୨୦୨୩ରେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦେଇଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକର ମନୋଜ କୁମାର ଭୋଇ ନାମକ ଜଣେ ଶିକ୍ଷକ ରହିଥିବା ବଳେ ଲୋଇସିଂହା ବ୍ଲକର ୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଦିଲ୍ଲୀପ କୁମାର ସରାଫ, ବନିତା ମିଶ୍ର ଓ ଅଶିଷ କୁମାର ପଧାନ ରହିଛନ୍ତି । ସେହିପରି ବଲାଙ୍ଗିର ବ୍ଲକର ସୁବାଷ ଚନ୍ଦ୍ର ଭୋଇ, ତୁରେକେଲା ବ୍ଲକର ଜଗମୋହନ ହଂସ ଏବଂ ପାଟଣାଗଡ ବ୍ଲକର ରଶ୍ମିତା ପଧାନ କାର୍ଯ୍ୟରତ ଥିବା ବେଳେ ଏମାନେ ଜାଲିଆତି କରି ଚାକିରି କରିଥିବା ସରକାରୀ ଭାବେ ଜଣାପଡିବା ପରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଆଗଲପୁର, ଲୋଇସିଂହା, ବଲାଙ୍ଗିର, ପାଟଣାଗଡ ଓ ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବରାଜ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତା’ ଉପରେ ଦେଖିବେ ବୋଲି କହିଛନ୍ତି । ଲୋଇସିଂହା ଓ ଆଗଲପୁର ବ୍ଲକରେ ଥିବା ଶିକ୍ଷା ଅଧିକାରିଣୀ ରୀନା କୁମାରୀ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.