ମାଓବାଦୀ ନାଁ ନେଇ ମାଗୁଥିଲା ଟଙ୍କା : ଗିରଫ କଲା ପୋଲିସ

ଲକ୍ଷ୍ମୀପୁର : ମାଓବାଦୀ ନାଁ ନେଇ ଅଭିଯୁ‌କ୍ତ ଜଣକ ମାଗୁଥିଲା ଟଙ୍କା, ତେବେ ଅଭିଯୁ‌କ୍ତ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସୁନାବେଡା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ପଞ୍ଚାୟତ ଆମ୍ବଳି ଆମ୍ବଗୁଡା ଗାଁ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟିତ୍ରୀ ଦମୟନ୍ତୀ ସାମଲଙ୍କୁ ଜଣେ ଦୋକାନୀ ଗତ ମାସ ୨୬ ତାରିଖରେ ଏକ ଚିଠି ନେଇ ଦେଇଥିଲେ । ତେବେ କେହି ଜଣେ ତାଙ୍କୁ ଦେବାକୁ କହିଥିଲେ ବୋଲି ସେ ଦୋକାନୀ ଜଣକ କହିଥିଲେ ପରେ ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଖୋଲିଥିଲେ । ଚିଠିରେ ନାରାୟଣପାଟଣା ମାଓ ଡିଭିଜନର ଅରୁଣା ନାଁରେ ୧୦ ଲକ୍ଷ ଟଙ୍କା ଦିଅ ନଚେତ୍ ତମର ପରିବାରକୁ ହତ୍ୟା କରାଯିବ ବୋଲି ଲେଖାଥିଲା । ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଏତେ ଗୁରୁତ୍ବ ଦେଇନଥିଲେ । କିଛି ଦିନ ପରେ ଅର୍ଥାତ୍ ଚଳିତ ମାସ ୧୮ ତାରିଖରେ ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ଏକ ଫୋନ୍ ଆସିଥିଲା । କେହିଜଣେ ତାଙ୍କୁ ଫୋନରେ ଧମକ ଦେଇଥିଲେ । କହିଥିଲେ, ତମକୁ ଟଙ୍କା ମଗାଯାଇଥିଲା କାହିଁକି ନଦେଇ ଚୁପ୍ ରହିଲ । ତୁରନ୍ତ କୁହ କେଉଁଠିକୁ ଆସିଲେ ପଇସା ଦେବ । ପରେ ଶିକ୍ଷୟିତ୍ରୀ କାକିରିଗୁମା ଥାନକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଚିଠିକୁ ଜବତ କରି ଘଟଣାର ଛାନଗିନ ଆରମ୍‌ମ୍ଭ କରିଥିଲା । ଫୋନ୍ କଲ୍ ଆସିଥିବା ନମ୍ବରକୁ ଟ୍ରାକ୍ କରି ସୁନାବେଡା ଅଞ୍ଚଳରୁ ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ନରେନ୍ଦ୍ର କୁମାର ବାଘଙ୍କୁ ଗିରଫ କରିଛି ପୋଲିସ । ଏନେଇ ଲକ୍ଷ୍ମୀପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.