ଖପ୍ରାଖୋଲ ବନ ବିଭାଗ ଦ୍ୱାରା ଏକ ନାଗ ସାପ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ବନବିଭାଗ ଦ୍ୱାରା ଗୋଟିଏ ବିଷଧର ନାଗ ସାପକୁ ଉଦ୍ଧାର କରାଯାଇ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଗ୍ରାମର ସୁମିତ୍ରା କୁମ୍ଭାରଙ୍କ ଘର ଭିତରୁ ଏକ ନାଗ ସାପ ଖପ୍ରାଖୋଲ ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ତେବେ ସୂଚନା ପାଇଲା ପରେ ବନପାଳ ସୁଧୀର କୁମାର ଜେନାଙ୍କ ନେତୃତ୍ବରେ ଷ୍ଟାଫ ମଗନ ପାଣ୍ଡେ ଏବଂ ସାପ ଧରାଳି ଗୁଣନିଧି ଠାକୁରଙ୍କ ଦ୍ୱାରା ଉକ୍ତ ସାପଟିକୁ ଉଦ୍ଧାର କରାଯାଇଛି । ତେବେ ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଦ୍ଧାର କରାଯାଇଥିବା ନାଗ ସାପଟିର ଲମ୍ବ ୩ଫୁଟ ଥିଲା । ଉକ୍ତ ସାପଟିକୁ ହରିଶଙ୍କର ରେଞ୍ଜ ଅଧିନ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି । ସାପଟି ଘରେ ପଶି ଯାଇଥିବାରୁ ଦୁଇ ମା’ ଝିଅ ଦିନ ୧୧ ଟାରୁ ଘର ବାହାରେ ରହିଯାଇ ସାପକୁ ବାହାର କରିବା ପାଇଁ ଲୋକଙ୍କୁ କାକୁତି କରିଥିବା ବେଳେ କେହି ଜଣେ ସ୍ଥାନୀୟ ଲୋକ ଖପ୍ରାଖୋଲ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଦଳ ଆସି ସାପଟିକୁ ଉଦ୍ଧାର କରିଥିଲେ । ଏନେଇ ମା’ ଝିଅ ଦୁହେଁ ବହୁତ ଖୁସିର ସହ ଖପ୍ରାଖୋଲ ବନବିଭାଗକୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.