om academy

ନବୀନ ସମ୍ବାଦପତ୍ର କବି ଓ ଲେଖକମାନଙ୍କ ଏନ୍ତୁଡ଼ିଶାଳ : ପ୍ରଫେସର ଡ଼ା. ପି.ସି. ସାହୁ

jsm
  • ତ୍ରୟୋବିଂଶ ନବୀନ ବିଷୁବ ମିଳନ ଓ ସାରସ୍ୱତ ସମାବେଶ
    ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା “ନବୀନ’ କେବଳ ସମ୍ବାଦପତ୍ର ନୁହଁ ବରଂ କବି ଓ ଲେଖକମାନଙ୍କ ଏନ୍ତୁଡ଼ିଶାଳ ବୋଲି ବିଶିଷ୍ଟ ସମାଜସେବୀ ତଥା ଭେଷଜବିତ ଡ଼ା. ପି.ସି. ସାହୁ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ହୋଟେଲ ମୋତି ସମ୍ମିଳନୀ କକ୍ଷରେ ଆୟୋଜିତ ନବୀନର ତ୍ରୟୋବିଂଶ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଡ଼ା. ସାହୁ କହିଲେ ଯେ ନବୀନ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା କବଚ ଭାବେ ଦୀର୍ଘ ୯୧ ବର୍ଷ ଧରି ନିରନ୍ତର ଭାବେ ନିଜର ଭୂମିକା ଗ୍ରହଣ କରିଆସିଛି । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଐତିହାସିକ ନବୀନର ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ଭାଷା ଆନ୍ଦୋଳନରେ ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀ ରଥ ନିଜ ବକ୍ତବ୍ୟରେ ନବୀନ ତାର ପରମ୍ପରା ବଜାୟ ରଖିବା ସହ ନୂତନ କବି, ସାହିତ୍ୟିକମାନଙ୍କୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କୁ ଉତ୍ସାହିତ କରିବାର ପ୍ରୟାସ ଜାରି ରଖିଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାବିତ ହରିହର ଚୌଧୁରୀ, ଆଧ୍ୟାତ୍ମିକ ପ୍ରବକ୍ତା ଜଗନ୍ନାଥ ପଣ୍ଡା, କବି ଭାଗିରଥୀ ବେହେରା, ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସାହିତ୍ୟିକ ଡ଼ା. ଶଙ୍କର୍ଷଣ ପାତ୍ର, ଯୁବ ଗାଳ୍ପିକ ସୁଶାନ୍ତ କୁମାର ଦାଶଙ୍କୁ ମୁଖ୍ୟଅତିଥି ପ୍ରଫେସର ଡ଼ା. ସାହୁ ନବୀନ ବିଷୁବ ସମ୍ମାନ-୨୦୨୧ରେ ସମ୍ମାନିତ କରିଥିଲେ । ଏହି ଅବସରରେ କୁନି ଲେଖିକା ରୁଦ୍ରରୁପା ବ୍ରହ୍ମାଙ୍କ ଦ୍ୱାରା ରଚିତ ଶିଶୁ କବିତା ସଂକଳନ “ପାହାଡ଼ ରାଣୀ’ ଓ ଦିବଂଗତ ସାହିତ୍ୟିକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ଆଲୋଚନା ଗ୍ରନ୍ଥ “ଉକ୍ତିର ପ୍ରତିରୁକ୍ତି’ ଅତିଥିମାନଙ୍କ ଦ୍ୱାରା ଉନନ୍ମୋଚିତ ହୋଇଥିଲା । ସ୍ୱାଗତ ସମିତି ଅଧ୍ୟକ୍ଷ ତଥା ସମାଜସେବୀ ରାମକୃଷ୍ଣ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚଳନାରେ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ବନ୍ଦନା ମହାପାତ୍ର, ବି. ସତ୍ୟମ ଆଚାରୀ, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ଲକ୍ଷ୍ମୀ ନାରାୟଣ ଦାଶ, ବସନ୍ତ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ସୁଶାନ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ-୧୯ ଗାଇଡ଼ ଲାଇନ ପ୍ରକାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ କବି କବୟିତ୍ରୀ, ସମାଜସେବୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
Leave A Reply

Your email address will not be published.