ଡ୍ରାଇଭିଂ ଲାଇସେନ୍ସର ନବୀକରଣ : ଜାନୁୟାରୀ ୨୬ରୁ ଅନ୍‌ଳାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

କଟକ : ସିଏମ୍‌ଭିଆର୍‌, ୧୯୮୯ ଅନୁଯାୟୀ, ୪୦ ବର୍ଷରୁ ଅଧିକ ଆବେଦନକାରୀଙ୍କ ପାଇଁ ଫର୍ମ ୧ଏରେ ଏକ ଡାକ୍ତାରୀ ପ୍ରମାଣପତ୍ର ବାଧ୍ୟତାମୂଳକ ଏବଂ ନୂତନ ଏଲ୍‌ଏଲ୍‌ଆର କିମ୍ବା ଡିଏଲ୍‌ର ନବୀକରଣ ପାଇଁ ଆବେଦନ କରିବା ବାଧ୍ୟତାମୂଳକ ଅଟେ । ଯେକୌଣସି ନୂତନ ପରିବହନ ଡିଏଲ୍‌ ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କ ପାଇଁ ଏହା ମଧ୍ୟ ଆବଶ୍ୟକ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ୍‌ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି ଏବଂ ଅନ୍‌ଲାଇନ ଆବେଦନ ସମୟରେ ଏହାକୁ ସାରାଥୀ ପୋର୍ଟାଲରେ ଅପ୍‌ଲୋଡ କରୁଛନ୍ତି । ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସଠିକତା ଜାଣିହେବ ନାହିଁ ଏବଂ ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପଲୋଡ୍‌ ହୁଏ । ଏହାକୁ ଅଧିକ ସ୍ୱଚ୍ଛ କରିବା ଏବଂ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା (ଏମ୍‌ସିଏଲ୍‌ ଅଧୀନରେ ପଞ୍ଜୀକରଣ ସହିତ ଏମ୍‌ବିବିଏସ୍‌ ଡିଗ୍ରୀ ଧାରକ) ନିଶ୍ଚିତ କରିବାକୁ, ଏସ୍‌ଟିଏ ଓଡିଶା ଏକ ନୂତନ ଅନଲାଇନ ଡାକ୍ତର ପଞ୍ଜିକରଣ ପୋର୍ଟାଲ ବିକଶିତ କରିଛନ୍ତିଯେଉଁଠାରେ ପ୍ରାୟ ୧୬୭ ଏମ୍‌ବିବିଏସ୍‌ ଡାକ୍ତର ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି । ସେମାନେ ଅନ୍‌ଲାଇନରେ ସାରାଥୀ ପୋର୍ଟାଲ ମାଧ୍ୟମରେ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଆବେଦନକାରୀଙ୍କ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବେ ଯାହାଦ୍ୱାରା ଫର୍ମ ୧ଏର କୌଣସି ଅପଲୋଡ କରିବା ଆଉ ଆବଶ୍ୟକ ହେବନାହିଁ । ଏହିପରି ଡାକ୍ତରଙ୍କ ବିବରଣୀ ସାରଥୀ ୱେବ ପୋର୍ଟାଲରେ ଉପଲବ୍ଧ ରହିଛି । ଜାନୁଆରୀ ୨୬ରୁ, ୪୦ ବର୍ଷରୁ ଅଧିକ ବୟସର ଡିଏଲ୍‌ ଏଲ୍‌ଏଲ୍‌ ଆବେଦନକାରୀଙ୍କ ପାଇଁ ଡାକ୍ତାରୀ ପ୍ରମାଣପତ୍ରର ଅନ୍‌ଲାଇନ ପ୍ରଦାନ ବାଧ୍ୟତାମୂଳକ ହେବ । ଏ ବାବଦରେ ଅଧିକ ଆଲୋକପାତ କରି ଯୁଗ୍ମ ପରିବହନ କମିଶନର, ଦିପ୍ତି ରଞ୍ଜନ ପାତ୍ର(ଟେକ୍ନିକାଲ) କହିଛନ୍ତି, ଏ ପର୍ଯ୍ୟନ୍ତ ପୋର୍ଟାଲ୍‌ରେ ମୋଟ ୧୬୭ ଡାକ୍ତର ପଞ୍ଜିକୃତ ହୋଇଛନ୍ତି । ଏମ୍‌ବିବିଏସ୍‌ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିବା କୌଣସି ଡାକ୍ତର ପୋର୍ଟାଲରେ ପଞ୍ଜିକରଣ କରିବାକୁ ଯୋଗ୍ୟ ଅଟନ୍ତି । ଡାକ୍ତରଙ୍କ ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା ଆଟେ ।

୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଡାକ୍ତରୀ ସାର୍ଟିଫିକେଟ, ଲର୍ଣ୍ଣର ଲାଇସେନ୍ସ/ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କିମ୍ବା ଏହା ନବୀକରଣ ପାଇଁ ଆବେଦନ କରିବା ସମୟରେ ଏହାକୁ ମାନୁଆଲ କରିବା ପରିବର୍ତ୍ତେ ଫର୍ମ ୧(ଏ)ରେ ଉପସ୍ଥାପନ କରାଯାଇପାରିବ । ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସହଜତା ଏବଂ ଉନ୍ନତ ଉପଭୋକ୍ତା ଅଭିଜ୍ଞତା ଏବଂ ଆର୍‌ଟିଓ କାର୍ଯ୍ୟାଳୟରେ ଜନଗହଳି ହ୍ରାସ କରିବାକୁ ଓଡିଶା ସରକାରଙ୍କ ୫ଟି ନୀତି ଅନୁଯାୟୀ ଇଲେକ୍ଟ୍ରୋନିକ ଭାବରେ ଫର୍ମ ୧(ଏ)ରେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟ ସୁନିଶ୍ଚିତ କରିବ ଯେ, କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପ୍‌ଲୋଡ କରିପାରିବେ ନାହିଁ ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ନାହିଁ । ସମ୍ପୂର୍ଣ୍ଣ ସିଷ୍ଟମକୁ ସ୍ୱଚ୍ଛ କରିବା ପାଇଁ, ପୋର୍ଟାଲ ଉନ୍ମୋଚିତ ହୋଇଛି ଯେଉଁଠାରେ ଲାଇସେନ୍ସ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ ।

Leave A Reply

Your email address will not be published.

error: Content is protected !!