ଶାନ୍ତି ତପୋବନ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଚଖରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ଆଶ୍ରମ ବରଗଡ ଠାରେ ୧ ଆରବ ୯୬ କୋଟି ୮ଲକ୍ଷ ୫୩ ହଜାର ୧୨୩ ତମ ସନାତନ ରାଷ୍ଟ୍ରୀୟ ନବବର୍ଷ ମହା ଆଡମ୍ବରେ ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଶ୍ରାମର ଦ୍ୱାରଦେଶରୁ ବିଷ୍ଣୁ ଚରଣ ଦାଶଙ୍କ ବେଦାନ୍ତ ମନ୍ତ୍ର ଉଚ୍ଚାରଣ ପୂର୍ବକ ଦୀପ କଳସ ବସାଇ ନବ ବର୍ଷକୁ ସ୍ୱାଗତ କରାଯାଇଥିଲା । ପରେ ଏକ ଶୁଭଯାତ୍ରାରେ ଯଂଜ୍ଞ ମଣ୍ଡପକୁ ଆସି ବିଷ୍ଣୁ ଚରଣ ଦାଶଙ୍କ ପୌରୋହିତ୍ୟରେ ବୈଦିକ ଯଂଜ୍ଞ ଆୟୋଜିତ ହୋଇଥିଲା । ଯଂଜ୍ଞ ସମାପନ ପରେ ଭାଡିଗାଁ ମହିଳା ସଂକୀର୍ତନ୍ୟ ଦଳ ନଗର ସଂକୀର୍ତନ୍ୟ କରିଥିଲେ । ୨ୟ ପର୍ଯ୍ୟାୟରେ ନବବର୍ଷର ତାତ୍ପର୍ଯ୍ୟ ଓ ଆମର କର୍ତବ୍ୟ ଉପରେ ଆଲୋଚନା ସଭା ଦେବଦତ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଲୋଚକ ଭାବେ ବିଷ୍ଣୁ ଚରଣ ଦାଶ ବେଦପ୍ରଚାର ସମିତି, ବରଗଡ ଓ ରସାନନ୍ଦ ଦାସ ଇସ୍କନ ବରଗଡ ଶାଖା ମୁଖ୍ୟ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ବହୁମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପଦ୍ମଶ୍ରୀ ଡ଼ ଜିତେନ୍ଦ୍ର ହରିପାଳ, ଶ୍ରୀ ନିହାଲ ସିଂ ଉପସ୍ଥିତ ଥିଲେ । ଆଶ୍ରମର ସହ ପରିଚଳିକା ଲବଙ୍ଗ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୌରଚରଣ ସା, ସନ୍ଧ୍ୟା ମିଶ୍ର ଓ ମାତୃଛାୟାର ସମସ୍ତ ଅନ୍ତେବାସିନୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.