ସୁବର୍ଣ୍ଣପୁର ନଦୀ ସଂଗମ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ହିନ୍ଦୁ ନବବର୍ଷ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଚୈତ୍ର ଶୁକ୍ଲ ପ୍ରତିପଦା ତଥା ହିନ୍ଦୁ ନବବର୍ଷ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ସଂସ୍କାର ଭାରତୀ, ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ମିଳିତ ଭାବରେ ମହାନଦୀ ଓ ତେଲନଦୀ ସଂଗମସ୍ଥଳୀ ସ୍ବର୍ଣ୍ଣ ପ୍ରୟାଗ ଘାଟରେ ହିନ୍ଦୁ ନବବର୍ଷ ପାଳିତ ହୋଇଛି । ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଂଯୋଜନାରେ ଉଦୟମାନ ସୂର୍ଯ୍ୟଙ୍କୁ ପୂଜା ଆରଧନା ସହ ଆଳତି ପ୍ରଦାନ ଓ ଭାରତମାତାଙ୍କ ବନ୍ଦନା ଗାନ କରାଯାଇଥିବା ବେଳେ ହିନ୍ଦୁ ନବବର୍ଷ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋଚନା କରାଯାଇଛି ।

Leave A Reply

Your email address will not be published.