
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ଯୁଖିପାଲିଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ନବ ନିର୍ମିତ କୋଠାକୁ ଆଜି ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମିତ ଏହି ଚିକିତ୍ସାଳୟର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବିଧାୟିକା ରୀତା ସାହୁ, ନାରୀ ନେତ୍ରୀ ଶକୁନ୍ତଳା ମହାପାତ୍ର, ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଂଯୋଜକ ଗୌରହରି ମିଶ୍ର, ମହେନ୍ଦ୍ର କୁମାର ମେହେର, ନରେନ୍ଦ୍ର ହୋତା, ଜିଲ୍ଲା ଆୟୁର୍ବେଦିକ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ମେଡିକାଲ ଅଫିସର ଡାକ୍ତର ଜିତେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡ଼ାକ୍ତରଖାନାରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।