ଜୁରିଆରେ ଜୟ କିଷାନ କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୁଠିଛୁଆଁ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତର ଜୁରିଆ ଗ୍ରାମରେ ରୀତିନୀତି ଅନୁସାରେ ଜୟ କିସାନ କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଠିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବ ନିର୍ଦ୍ଧାରିତ ପଞ୍ଜିକା ଲଗ୍ନ ନିର୍ଘଣ୍ଟ ଅନୁସାରେ ମୁଠି ଧାନ, ମାଟି ମା’, ଲକ୍ଷ୍ମୀ ନାରାୟଣ, ସୂର୍ଯ୍ୟ ଧର୍ମଦେବତା, ହଲଲଙ୍ଗଲ ଆଦିକୁ ପୂଜାର୍ଚ୍ଚନା ପରେ ଲକ୍ଷ୍ମୀନାରାୟଣ ସ୍ମରଣ କରି ଚଳିତ ବର୍ଷକର ଫସଲ ଭଲ ଭାବରେ ଅମଳ ହେବା ପାଇଁ ମୁଠି ଧାନ ଅନୁକୂଳ କରିଥିଲେ । ଏହି ଉତ୍ସବରେ ଜୟ କିସାନ କୃଷକ ସୁରକ୍ଷା ସଙ୍ଗଠନ ସଭାପତି ଗୋପାଳ ସାହୁ, ସମ୍ପାଦକ ଧନେଶ୍ଵର ନାଗ, ବରିଷ୍ଠ ଚାଷୀ ନେତା ବାବାଜୀ ମେହେର, ଯୁବ ଚାଷୀ ସଗ୍ରେସ ସାହୁ, ଦୀନବନ୍ଧୁ ମେହେର, ହୃଷିକେଶ ମେହେର, ସାଧୁ ନାଏକ, ଘନଶ୍ୟାମ ଥପା, ସୌଭାଗ୍ୟ ସିଂ ଦେଓ, ଜୟରାମ ସାହୁ, ବସନ୍ତ କୁମାର ବାଗ, ଦାମୋଦର ଥପା, ମଧୁସୂଦନ ମାଝୀ, ଗୋପାଳ ମେହେର, ନୀଳମଣି ମେହେର, ରାଧେଶ୍ୟାମ ମେହେର, ଚନ୍ଦ୍ରଶେଖର ବରିହା, ଗୁଣନିଧି ସାହୁ, ବଂଶିଧର ପ୍ରଧାନ, ହୃଷିକେଶ ମେହେରଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.