
ଭୁବନେଶ୍ୱର : ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ କାମନା କରିଛନ୍ତି ମଖ୍ୟମନ୍ତ୍ରୀ । ଏନେଇ ସେ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ଭୁବନେଶ୍ଵର ରାମ ମନ୍ଦିରରେ ମହା ଆଡମ୍ୱରରେ ପାଳିତ ହେଉଛି ରାମ ନବମୀ । ଘଣ୍ଟ ଘଣ୍ଟି ସାଙ୍ଗକୁ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ପରିବେଶ । ରାମ ମନ୍ଦିରରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥିବା ବେଳେ ଶ୍ରୀ ରାମ ଚରିତ ମାନସ ପାଠ କରାଯାଉଛି । ଭୋର ୫ ଟାରୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି । ସେପଟେ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଶୃଙ୍ଖଳା ଦର୍ଶନ ପାଇଁ ଧାଡ଼ି ବାନ୍ଧି ଶ୍ରଦ୍ଧାଳୁ ଦର୍ଶନ କରୁଥିବା ବେଳେ ପୋଲିସ ମୁତୟନ କରାଯାଇଛି ।