centurian jitm

ମୁଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

nschool
  • କୌଣସି ନିର୍ଦ୍ଦିଷ୍ଟ ଗ୍ରୁପକୁ ମୁଦ୍ରା ଯୋଜନା ସୂଚାଉନାହିଁ, ବରଂ ଯୁବବର୍ଗଙ୍କୁ ନିଜ ଗୋଡରେ ଛିଡା ହେବା ପାଇଁ ଏହା ସଶକ୍ତ କରୁଛି : ପ୍ରଧାନମନ୍ତ୍ରୀ
  • ଆତ୍ମନିର୍ଭର ଓ ଉଦ୍ୟୋଗୀ ହେବା ପାଇଁ ଏହି ଯୋଜନାର ସକାରାତ୍ମକ ପ୍ରଭାବ ରହିଛି : ପ୍ରଧାନମନ୍ତ୍ରୀ
  • ଉଦ୍ୟୋଗିକତା ପ୍ରତି ପ୍ରଚଳିତ ଭାବଧାରାରେ ପରିବର୍ତ୍ତନ ଆଣିଛି ମୁଦ୍ରା ଯୋଜନା : ପ୍ରଧାନମନ୍ତ୍ରୀ
  • ମୁଦ୍ରା ଯୋଜନା ଅଧୀନରେ ମହିଳାମାନେ ଅଧିକତମ ହିତାଧିକାରୀ : ପ୍ରଧାନମନ୍ତ୍ରୀ
  • ୫୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ମଙ୍ଗଳବାର ଦିନ ନୂଆଦିଲ୍ଲୀ ସ୍ଥିତ ଲୋକ କଲ୍ୟାଣ ମାର୍ଗରେ ମୁଦ୍ରା ଯୋଜନାର ଦଶବର୍ଷ ପୂର୍ତି ଉପଲକ୍ଷେ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି । ଉପସ୍ଥିତ ହିତାଧିକାରୀମାନଙ୍କ ସହ ମନଖୋଲା କଥା ହୋଇ ନିଜ ଅନୁଭୂତି ବାଂଟିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୋଷା ଜନ୍ତୁଙ୍କ ଖାଦ୍ୟ ଓ ଔଷଧ ଯୋଗାଇ ସଫଳ ଉଦ୍ୟୋଗୀ ହୋଇପାରିଥିବା ଜଣେ ହିତାଧିକାରୀ ନିଜ ଅନୁଭୂତି ସମ୍ପର୍କରେ କହିଥିଲେ । କଠିନ ସମୟରେ ଆତ୍ମ ବିଶ୍ୱାସ ହିଁ ସଫଳତାର ଚାବିକାଠି ବୋଲି ସମ୍ପୃକ୍ତ ହିତାଧିକାରୀ ମତପ୍ରକାଶ କରିଥିଲେ । ଏହା ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ ଅଧିକାରୀଙ୍କୁ ଡାକିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଓ ଋଣ ଯୋଗୁଁ ଏଯାବତ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚିତ କରିବା ପାଇଁ କହିଥିଲେ । ବିକାଶ ଓ ସଫଳତା ପାଇଁ କରାଯାଇଥିବା ସହଯୋଗ ହିତାଧିକାରୀମାନଙ୍କ ମନରେ ଉତ୍ସାହ ଭରି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୋପୀ କ୍ରିଷ୍ଣା ନାମକ କେରଳରୁ ଆସିଥିବା ଜଣେ ହିତାଧିକାରୀଙ୍କ ସହ ଆଲୋଚନା କରି ମୁଦ୍ରା ଯୋଜନାର ରୂପାନ୍ତରିତ ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଘର ଓ ଅଫିସରେ ପରିବର୍ତ୍ତନଶୀଳ ଊର୍ଜା ବ୍ୟବହାର ଓ ନୂତନ ନିଯୁକ୍ତି ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଫୋକସ କରିଥିଲେ । ମୁଦ୍ରା ଯୋଜନା ସମ୍ପର୍କରେ ଅବଗତ ହୋଇ ହିତାଧିକାରୀ ଦୁବାଇ କମ୍ପାନୀ ଛାଡିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଦୁଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସେହି ହିତାଧିକାରୀଙ୍କ ଘରେ ପ୍ୟାନେଲ ସଂସ୍ଥାପନ ହେବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କେରଳରେ ପ୍ରବଳ ବର୍ଷା ଓ ଘଂଚ ଜଙ୍ଗଲ ରହିଥିବା ସତ୍ୱେ ଏହି ଯୋଜନା ଅଧୀନରେ ମାଗଣାରେ ବିଜୁଳି ପାଇବା କଥା ସେ କହିଥିଲେ । ତେବେ ହିତାଧିକାରୀ ଜଣକ ବିଜୁଳି ବାବଦକୁ ଆଗରୁ ତିନି ହଜାର ଟଙ୍କା ଦେଉଥିବା ବେଳେ ଏବେ ମାତ୍ର ୨୪୦/୨୫୦ ଟଙ୍କା ଦେଉଥିବା ବେଳେ ତାଙ୍କ ମାସିକ ରୋଜଗାର ଏବେ ୨.୫ ଲକ୍ଷ ଉପରେ ପହଂଚିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପରେ ଛତିଶଗଡ ରାଇପୁରର ପୁଚକା ଘର ତିଆରି କରିଥିବା ଜଣେ ସଫଳ ମହିଳା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଘରେ ରାନ୍ଧିବା କାମ ଛାଡି ସଫଳ କାଫେ ବ୍ୟବସାୟ ଆରମ୍ଭ କରିଥିବା ସମ୍ପୃକ୍ତ ମହିଳା ହିତାଧିକାରୀ ନିଜ ଜୀବନାଭୂତି ସମ୍ପର୍କରେ ଅବତାରଣା କରିଥିଲେ । ପ୍ରଫିଟ ମାର୍ଜିନ ଓ ଖାଦ୍ୟ ଖର୍ଚ୍ଚକାଟ ଉପରେ ଗବେଷଣା କରି ସଫଳତା ପାଇଥିବା ମହିଳା ହିତାଧିକାରୀ ଜଣକ କହିଥିଲେ । ରିସ୍କ ନେବା ଅପେକ୍ଷା ଚାକିରି କରିବାକୁ ଅନେକ ଯୁବକ ଇଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ । ତେବେ ରିସ୍କ ନେବା ଉପରେ ବେଶୀ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୩ ବର୍ଷ ବୟସରେ ପୁଚକା ଘରର ପ୍ରତିଷ୍ଠାତା ରିସ୍କ ନେଇ ନିଜ ବ୍ୟବସାୟ ଆରମ୍ଭ କରିପାରିଛନ୍ତି । ରାଇପୁରରୁ ଆସିଥିବା ବନ୍ଧୁ, କର୍ପୋରେଟ ଜଗତ, ଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ହିତାଧିକାରୀ ଜଣକ ନିଜ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ସରକାରୀ ସ୍କିମ ସମ୍ପର୍କରେ ବହୁ ଲୋକଙ୍କର କିଛି ବି ଧାରଣା ନଥିବା ମହିଳା ହିତାଧିକାରୀ ଜଣକ ଆଲୋକପାତ କରିଥିଲେ । ମୁଦ୍ରା ଯୋଜନା ଓ ପିଏମ୍‌ଇଜିପି ଋଣ ଦ୍ୱାରା ଜଣେ ଭଲ ରୋଜଗାର କରିପାରି ଆତ୍ମ ନିର୍ଭର ହୋଇପାରିବ ବୋଲି ସମ୍ପୃକ୍ତ ହିତାଧିକାରୀ ଜଣକ ନିଜସ୍ୱ ମତ ରଖିଥିଲେ । କାଶ୍ମୀରର ବାରାମୂଲାରେ ବେକ ମାଇଁ କେକ ଦୋକାନ କରି ଲାଭାନ୍ୱିତ ହୋଇଥିବା ମୁଦାଶୀର ନକ୍ସବନ୍ଦୀ ନାମକ ଜଣେ ହିତାଧିକାରୀ ପରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଦିନେ ଚାକିରି ଖୋଜୁଥିବା ଏହି ବ୍ୟକ୍ତି ଜଣକ ବାରାମୂଲା ଦୁର୍ଗମ ଅଂଚଳର ପ୍ରାୟ ୪୨ ଜଣଙ୍କୁ ଚାକିରି ଦେଇଥିବା କଥା କହିଥିଲେ । ମୁଦ୍ରା ଯୋଜନା ଅଧୀନରେ ଋଣ ପାଇବା ପୂର୍ବରୁ ମୁଦଶୀର ମାତ୍ର କିଛି ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଏବେ ତାଙ୍କର ଉଦ୍ୟୋଗରୁ ଲକ୍ଷାଧିକ ଟଙ୍କା ମିଳୁଛି । ମୁଦାଶୀରଙ୍କ ବ୍ୟବସାୟରେ ୟୁପିଆଇର ବ୍ୟାପକ ବ୍ୟବହାର ହେଉଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ । ମୁଦାଶୀରଙ୍କ ବ୍ୟବସାୟରେ ପ୍ରାୟ ୯୦ ପ୍ରତିଶତ କାରବାର ୟୁପିଆଇ ମାଧ୍ୟମରେ ହେଉଥିବା ବେଳେ ମାତ୍ର ୧୦ ପ୍ରତିଶତ ନଗଦ କାରବାର ହେଉଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦୀ ସୁରେଶ ନାମକ ଜଣେ ହିତାଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ ଶୁଣିଥିଲେ । ଦିନେ ଭାପିରେ ଚାକାରି କରୁଥିବା ଏହି ଯୁବକ ନିଜସ୍ୱ ଉଦ୍ୟମରେ ସିଲଭାସାରେ ଜଣେ ସଫଳ ଉଦ୍ୟୋଗପତି ହୋଇପାରିଛନ୍ତି । କେବଳ ଚାକିରି ତାଙ୍କୁ ଚଳାଇ ପାରିବ ନାହିଁ ବୋଲି ଭାବି ୨୦୨୨ରେ ସେ ନିଜ ବ୍ୟବସାୟ କରିବା ଆରମ୍ଭ କଲେ । ସୁରେଶଙ୍କର ଏହି ସଫଳତା ପରେ ତାଙ୍କର କିଛି ବନ୍ଧୁ ନିଜେ କିଛି ଆରମ୍ଭ କରିବା ପାଇଁ ମୁଦ୍ରା ଯୋଜନାରେ ଆବେଦନ କରଥିବା କହିଛନ୍ତି । ତେବେ ସଫଳ ଉଦ୍ୟୋଗୀ ହେବା ପାଇଁ ସୁରେଶଙ୍କ ପରି କିଛି ସଫଳ କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସଫଳତା ପାଇଥିବାରୁ ରାଏବରେଲୀର ଜଣେ ମହିଳା ଉଦ୍ୟୋଗପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଲାଇସେନ୍ସ ଓ ଫଣ୍ଡିଂ ପାଇବାକୁ ଆଗରୁ କଷ୍ଟକର ହେଉଥିଲା । କିନ୍ତୁ ଏବେ ଏହା ସରଳୀକୃତ ହୋଇଥିବାରୁ ବିକଶିତ ଭାରତ ନିର୍ମାଣ ପ୍ରକ୍ରିୟାରେ ସହଜସାଧ୍ୟ ହୋଇଛି । ବେକେରି କାରବାରରୁ ମାସିକ ପ୍ରାୟ ୨.୫ରୁ ୩ ଲକ୍ଷ ଟଙ୍କା ରୋଜଗାର କରି ସମ୍ପୃକ୍ତ ମହିଳା ଏବେ ୭ରୁ ୮ ଜଣ ଲୋକଙ୍କୁ ନିଯୁକ୍ତି ଦେଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାର ଋଣ ନେଇ ୨୦୨୧ ମସିହାରେ ମଧ୍ୟପ୍ରଦେଶ ଭୋପାଳର ଲବକୁଶ ମେହେରା ନାମକ ଜଣେ ଲୋକ ଫାର୍ମାସିଟ୍ୟୁକାଲ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୯.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ନେଇ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିଥିବା କହିଛନ୍ତି । ନିର୍ଦ୍ଦିଷ୍ଟ କୌଣସି ଗ୍ରୁପ ପ୍ରତି ମୁଦ୍ରା ଯୋଜନା ଅଭିପ୍ରେତ ନୁହେଁ । ବରଂ ନିଜ ଗୋଡରେ ଛିଡା ହୋଇ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଏହା ସହାୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଆଗରୁ ୬୦ରୁ ୭୦ ହଜାର ଟଙ୍କା ରୋଜଗାର କରୁଥିବା ଲବକୁଶଙ୍କ ମାସିକ ରୋଜଗାର ପ୍ରାୟ ଦେଢ ଲକ୍ଷ ଟଙ୍କା । ଲବକୁଶ ଏବେ ୩୪ ଲକ୍ଷ ଟଙ୍କାର ଘର ତିଆରି କରିପାରିବାରେ ସକ୍ଷମ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଅନ୍ୟମାନଙ୍କୁ ମୁଦ୍ରା ଯୋଜନାର ସଫଳତାର କାହାଣୀ କହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଗୁଜରାଟ ଭାବନଗର ଅଂଚଳର ଜଣେ ଯୁବ ଉଦ୍ୟୋଗପତି ମାତ୍ର ୨୧ ବର୍ଷ ବୟସରେ ଆଦିତ୍ୟ ଲାବ ପ୍ରତିଷ୍ଠା କରିପାରିବାରେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ମୁଦ୍ରା ଯୋଜନାର କିଶୋର କାଟାଗୋରୀରେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ନେଇ ମେକାଟ୍ରୋନିକ୍ସ ଶେଷବର୍ଷର ଜଣେ ଛାତ୍ର ଥ୍ରିଡି ପ୍ରିଟିଂଗ, ରିଭର୍ସ ଇଞ୍ଜିନିୟରିଂ, ରାପିଡ ପ୍ରୋଟୋଟାଇପିଙ୍ଗ, ରୋବୋଟିକ୍ସ ବ୍ୟବସାୟ କରି ସଫଳତା ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନିଜ ପରିବାରର ସହାୟତା ନେଇ ସମ୍ପୃକ୍ତ ହିତାଧିକାରୀ ଏବେ ମାସିକ ୩୦ରୁ ୩୫ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ମନାଲିର ଜଣେ ସଫଳ ମହିଳା ଉଦ୍ୟୋଗୀ ନିଜ ସଫଳତା କଥା ବଖାଣି ଥିଲେ । ୨୦୧୫-୧୬ରେ ମୁଦ୍ରା ଯୋଜନାରେ ଅଢେଇ ଲକ୍ଷ ଟଙ୍କାର ଋଣ ନେଇ ଅଢେଇ ବର୍ଷ ଭିତରେ ସେ ଏହାକୁ ପରିଶୋଧ କରିପାରିଥିବା କହିଥିଲେ । ପରେ ୫, ୧୦, ୧୫ ଲକ୍ଷ ଟଙ୍କାର ଋଣ ନେଇ ପରିବା ଦୋକାନରୁ ସେ ନିଜ ବ୍ୟବସାୟକୁ ରାସନ ଦୋକାନରେ ପରିଣତ କରିପାରିଥିଲେ । ଏହାଦ୍ୱାରା ବାର୍ଷିକ ୧୦ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବାକୁ ସେ ସକ୍ଷମ ହୋଇଥିଲେ । ତେବେ ମୁଦ୍ରା ଯୋଜନାରେ ଋଣ ନେଇ ନିଜକୁ ସଶକ୍ତ କରିପାରିଥିବା ଅନେକ ସଫଳ ଉଦ୍ୟୋଗୀଙ୍କ କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ । ସେହିପରି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସଫଳ ଉଦ୍ୟୋଗୀଙ୍କ କଥା ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ । ସାଧାରଣ ଗୃହିଣୀରୁ ଜଣେ ସଫଳ ଝୋଟ ବ୍ୟାଗ ପ୍ରସ୍ତୁତକର୍ତ୍ତା ହିସାବରେ ତାଙ୍କ ସଫଳତା ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ୨୦୧୯ରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରରୁ ତାଲିମ ପାଇ କାନାରା ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କାର ମୁଦ୍ରା ଋଣ ନେଇ ସେ କାମ ଆରମ୍ଭ କରିଥିଲେ । ଋଣ ପରିଶୋଧ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୨ରେ ସେ ଅଧିକ ୯.୫ ଲକ୍ଷ ଟଙ୍କାର ଋଣ ସହାୟତା ପାଇଥିଲେ । ତେବେ ମୁଦ୍ରା ଯୋଜନାରେ ଏପରି ମହିଳାମାନେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ବିହାରର ପୁନମ କୁମାରୀଙ୍କ ସଫଳତାର କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ । ମୁଦ୍ରା ଯୋଜନାରେ ଋଣ ନେଇ ସେ ଏବେ ମାସିକ ପ୍ରାୟ ୬୦ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ । ଏହି ଯୋଜନା ଅଧୀନରେ ନିଜର ଉନ୍ନତି କରିବା ପାରିବା ସହ ଅନେକ ସଫଳ ଉଦ୍ୟୋଗୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ବିନା ଗ୍ୟାରେଂଟି କିମ୍ବା କାଗଜପତ୍ରରେ ଅନେକ ଲୋକ ମୁଦ୍ରା ଯୋଜନା ଅଧୀନରେ ଋଣ ସହାୟତା ନେଇ ନିଜ ଗୋଡ ଛିଡା ହୋଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆର୍ଥିକ ସ୍ୱାଧୀନତା ପାଇ ବହୁ ମହିଳା ଏହି ଯୋଜନା ଅଧୀନରେ ଏବେ ଖୁବ ଉପକୃତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମୁଦ୍ରା ଯୋଜନା ଅଧୀନରେ ବିନା ଗ୍ୟାରେଂଟିରେ ଏଯାଏ ପ୍ରାୟ ୩୩ ଲକ୍ଷ କୋଟି ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମୁଦ୍ରା ଯୋଜନା ଅଧୀନରେ ଲୋକଙ୍କର ଆର୍ଥିକ ଜୀବନଧାରଣର ମାନରେ ପରିବର୍ତ୍ତନ ଘଟିଛି । ଏଥି ଯୋଗୁଁ ସାଧାରଣ ନାରଗିକଙ୍କର ରୋଜଗାରରେ ଅଭୂତପୂର୍ବ ପରିବର୍ତ୍ତନ ଆସିପାରିଛି । ଫଳରେ ବ୍ୟକ୍ତିଟିଏ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ସଜାଡିପାରିବାରେ ସକ୍ଷମ ହୋଇପାରିଥିବା ମୋଦୀ କହିଥିଲେ । ଏହି ଯୋଜନାର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ହିତାଧିକାରୀଙ୍କଠାରୁ ଫିଡବ୍ୟାକ ନେଇ ସେ ଏହାର ସମୀକ୍ଷା କରିପାରୁଥିବା କହିଛନ୍ତି । ପ୍ରଥମେ ପଚାଶ ହଜାରରୁ ପାଂଚ ଲକ୍ଷ ଓ ପରେ କୋଡିଏ ଲକ୍ଷ ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଯାଇ ପାରୁଥିବାରୁ ଏହି ଯୋଜନାରେ ଅଧିକରୁ ଅଧିକ ଲୋକ ଉପକୃତ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ପ୍ରାୟ ପାଂଚରୁ ଦଶ ଜଣଙ୍କ ସହ କଥା ହୋଇ ଏହି ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏହି ଯୋଜନା ଅଧୀନରେ ପ୍ରାୟ ୫୨ କୋଟି ଟଙ୍କା ବଂଟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆରମ୍ଭ କରାଯାଇଥିବା ଗରିବ କଲ୍ୟାଣ ମେଳ କଥା ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ । ଗୁଜରାଟର ଗୋଟିଏ ଟ୍ରାଇବାଲ ଗ୍ରୁପ କଥା ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାରମ୍ପରିକ ସଙ୍ଗୀତ ପରିବେଷଣ କରୁଥିବା ଏହି ଗ୍ରୁପ ସଫଳତାର ସହ ପରେ ଏକ ମ୍ୟୁଜିକାଲ ବ୍ୟାଣ୍ଡ ବି ପ୍ରତିଷ୍ଠା କରିପାରିଥିଲେ । ତେବେ ମୁଦ୍ରା ଯୋଜନା ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ବେଳେ ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.