centurian jitm

ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

nschool

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ୨ ଜଣ ନାବାଳିକା ରାଇନାଥ ହାଲବା ଓ ରୁନା ହାଲବା ବୋଲି ଜଣାପଡିଛି । ସୂଚନା ଅନୁସାରେ ମୁଣ୍ଡାଗୁଡା ଗ୍ରାମର ରାଇନାଥ ହାଲବା ଓ ରୁନା ହାଲବାଙ୍କ ୨ ଝିଅ ଆରତୀ ହାଲବା ଓ ନନ୍ଦିନୀ ହାଲବା ସନ୍ଧ୍ୟାରେ ପୋଖରୀକୁ ଗାଧେଇବାକୁ ଯାଇ ଘରକୁ ଫେରି ନଥିଲେ । ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରେ ବୁଡି ଯାଇଥିବା ଜାଣି ପାରି ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ପୋଖରୀରୁ ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.