om academy

ବାଇକ୍‌କୁ ଧକ୍କା ଦେଲା ବୋଲେରୋ : ଘଟଣା ସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ, ଡ଼ାକ୍ତରଖାନାରେ ମା’ ବି ଚାଲିଗଲେ : ବର୍ଷକର ପୁଅ ଚିକି‌ତ୍ସାଧୀନ

jsm

ତୁଷୁରା, (ଅଜିତ କୁମାର ସାହୁ) : ବାଇକକୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ବଲାଙ୍ଗିର ଜିଲାର ତୁଷୁରାରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଏକ ବାଇକ ଯୋଗେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗାଁର ମାଖନୁ ବିଶି(୩୫) ନିଜ ଦୁଇ ପୁଅ ଶମ୍ଭୁ(୩) ଓ ଓମ୍‌(୧) ଏବଂ ସ୍ତ୍ରୀ ମୁକ୍ତା(୨୮) ସହ ତୁଷୁରାରୁ ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ଜମ୍ଭେଲ ଛକର ମିଶ୍ର ଢ଼ାବା ପାଖରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଦେବା ମାତ୍ରେ ବାଇକରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାସ୍ଥଳରେ ବାପା ମାଖନୁ ଓ ତିନି ବର୍ଷର ଶିଶୁପୁତ୍ର ଶ‌ମ୍ଭୁର ମୃତ୍ୟୁ ହୋଇଥିବା ବେଳେ ମା’ ମୁକ୍ତା ଓ ବର୍ଷକର ପୁଅ ଓମ୍‌ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଯେ, ଏବେ ମା’ ମୁକ୍ତା‌ଙ୍କର ମଧ୍ୟ ଦେହାନ୍ତ ହୋଇଛି । ଘଟଣା ସ୍ଥଳରେ ତୁଷୁରା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.