ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପଦ୍ମନାଭପୁରର ଯୁବ ଆଇନଜୀବୀ ପ୍ରଭାତ ସାହୁଙ୍କ ପିତା ହରିହର ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଗୁରୁବାର ପାହାନ୍ତିଆ ପାଖାପାଖି ୫.୨୦ ସମୟରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ସ୍ୱର୍ଗତ ହରିହର ସାହୁଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ନ ଥିବାରୁ ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ଵରର ଏମ୍ସରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ । ଗୁରୁବାର ପାହାନ୍ତିଆରେ ତାଙ୍କର ନିଧନ ହୋଇଛି । ପୁରୀ ସ୍ଵର୍ଗଦ୍ଵାରରେ ଅନ୍ତିମସଂସ୍କାର କରାଯିବ ବୋଲି ପୁଅ ପ୍ରଭାତ ସାହୁ ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଓକିଲ ସଙ୍ଘ ସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ ମହେଶ ମହାନ୍ତି, ଆଇନଜୀବୀ ଶ୍ରୀକାନ୍ତ ବେହେରା, ମନୋଜ ହାତୀ, ବିକାଶ ଭୋଇଙ୍କ ସମେତ ସହରର ବରିଷ୍ଠ ନାଗରିକମାନେ ଶୋକ ପ୍ରକାଶ କରିଛନ୍ତି ।