ls

ଗୋଡ ଖସି ରେଲୱେ କର୍ମଚାରୀଙ୍କ ମୃତ୍ୟୁ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଡ ଖସି ଜଣେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଜାମସର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଡମ୍ବରୁ ନାଗ(୫୨) ଆଜି ସକାଳୁ ଶୌଚ ପାଇଁ ବାହାରିଥିବା ବେଳେ ତାଙ୍କ ଘର ପାଖରେ ଏକ ଗାତରେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ତାଙ୍କ ଗୋଡ ଭାଙ୍ଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଡମ୍ବରୁ ନାଗ ଜଣେ ରେଲୱେ କର୍ମଚାରୀ ଥିଲେ ବୋଲି ଜଣାପଡିଛି । ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ପୁଇଁନ୍ତଲା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

pc pk
Leave A Reply

Your email address will not be published.