ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ତୁରେକେଲା, (କୈଳାସ ସଗ୍ରିଆ) : ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମର ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ସ୍ଵର୍ଣ୍ଣ ପ୍ରଧାନ ଓଟିଏ ପିବିପିଏଚ୍ ଏସ୍ କୁଇବାହାଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିଲେ । ସୂଚନାଯୋଗ୍ୟ ଯେ, ସେ ପୂର୍ବରୁ ଶ୍ୱାସ ରୋଗରେ ଆକ୍ରାନ୍ତ ଥିଲେ । ତେବେ ଗତ ରବିବାର ଦିନ ସକାଳ ୯ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.