ବିଦ୍ୟୁତ୍ ଆଘାତରେ ୨ ନାବାଳକଙ୍କ ମୃତ୍ୟୁ

ମାଲକାନଗିରି : ଚଢ଼େଇ ଧରିବାକୁ ଯାଇ ବିଦ୍ୟୁତ୍ ଆଘାତରେ ୨ ନାବାଳକ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ଗ୍ରାମରେ । ସୂଚନା ଅନୁଯାୟୀ କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ଗ୍ରାମର ୨ ନାବାଳକ ସାଙ୍ଗ ଚନ୍ଦନ ପଡିଆମୀ(୭) ଓ ମାଙ୍ଗା ମାଢିପୁରୀ(୧୧) ଚଢ଼େଇ ଧରିବାକୁ ଯାଇଥିଲେ । ଦୁହେଁ ଗଛ ଉପରେ ଚଢ଼ିବା ବେଳେ ସେହିବାଟ ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଦୁହେଁ ତଳକୁ ଖସିପଡ଼ିଥିଲେ । ଉଭୟଙ୍କ ଚିତ୍କାର ଶୁଣି ପରିବାର ଲୋକେ ଧାଇଁ ଆସି କାଲିମେଳା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏଣେ ଘଟଣା ସଂପର୍କରେ ଖବର ପାଇ ପଡ଼ିଆ ବିଡିଓ ଓ କାଲିମେଳା ପୁଲିସ ଘଟଣାସ୍ଥଳକୁ ଯାଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.