ଟୁକୁର୍ଲ୍ଲା ଚଣ୍ଡୀମନ୍ଦିର ପାଖ କାଜୁ ବଗିଚା ଭିତରୁ ଦୁଇଟି ମୃତଦେହ ଉଦ୍ଧାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ରାସ୍ତା ଟୁକୁର୍ଲ୍ଲା ଚଣ୍ଡୀମନ୍ଦିର ପାଖ କାଜୁ ବଗିଚା ଭିତରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଦୁଇଜଣ ହେଲେ ବରଗାଁ ଗ୍ରାମର ଯୁବକ ନିରଞ୍ଜନ ଭୁଏ(୨୪) । ସେ ବରଗଡ଼ ଭଟଲି ଛକରେ ଏକ ଲେଦ ମିସ୍ତ୍ରୀ ଭାବରେ କାମ କରୁଥିଲେ ଓ ଯୁବତୀ ଜଣକ ହେଲେ ମେନେକା ଭୁଏ(୧୭) ସେ କଳାପାଣି କଲେଜର ଯୁକ୍ତ ଦୁଇ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ଉଭୟଙ୍କ ମୃତ ଶରୀର ଶୁକ୍ରବାର ବରଗଡ଼ ଭଟଲି ରାସ୍ତାର ଏକ ବୁଦା ମୂଳରେ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଓଡି ୧୭ ଟି ୩୦୬୫ ନମ୍ବର ବିଶିଷ୍ଟ ଏକ ହିରୋ ସିଡି ଡିଲକ୍ସ ବାଇକ ଛିଡା ରହିଥିବା ବେଳେ ଉଭୟଙ୍କ ମୃତ ଶରୀର ପଡିରହିଥିବା ଜଣାପଡିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣା ସ୍ଥଳକୁ ଭଟଲି ପୋଲିସ ସହ ସାଇଣ୍ଟିଫିକ ଦଳ ପହଞ୍ଚି ଅଧିକ ଅନୁସନ୍ଧାନ କରୁଥିବା ଜଣାପଡିଛି । ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏ ନେଇ ଭଟଲି ପୋଲିସ ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.