ବଲାଙ୍ଗିର ତଣ୍ଡାମୁଣ୍ଡା ଘାଟିରେ ପଡ଼ିଛି ୨ ଅଜଣା ଯୁବକ ଯୁବତୀଙ୍କ ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଘାଟିରେ ପଡ଼ିଛି ୨ ଅଜଣା ଯୁବକ ଯୁବତୀଙ୍କ ମୃତଦେହ । ଯୁବକଙ୍କ ତଣ୍ଟି କଟା ହୋଇଥିବା ବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ି ରହିଛନ୍ତି ଯୁବକ ଜଣକ । ଅନପଟେ ଯୁବତୀ ମଧ୍ୟ ତାଙ୍କ ନିକଟରେ ପଡ଼ି ରହିଛନ୍ତି । ତେବେ ଏହି ୨ ଜଣଙ୍କୁ କିଏ ଓ କ’ଣ ପାଇଁ ମାରିଛି, ଏହି ଦୁଇ ଜଣ କେଉଁ ଜାଗାର, ସଂପର୍କରେ କ’ଣ ଲାଗିବେ । ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସର ତଦନ୍ତ ପରେ ଜଣାପଡ଼ିବ ଘଟଣାର ଅସଲ ରହସ୍ୟ ।

Leave A Reply

Your email address will not be published.