ପିକ୍‌ନିକ୍‌ କରିବାକୁ ଯାଇ ଯୁବକ ନିଖୋଜ ଘଟଣା : ମିଳିଲା ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିକ୍‌ନିକ୍‌ କରିବାକୁ ଯାଇ ବଲାଙ୍ଗିର ସହରର ଜଣେ ଯୁବ ମେଡ଼ିସିନ ରେପ୍ରଜେଟେଣ୍ଟିଭ ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଖବର ମିଳିଛି । ମୃତ ଯୁବ ମେଡ଼ିସିନ ରେପ୍ରଜେଟେଣ୍ଟିଭ ହେଉଛନ୍ତି ବଲାଙ୍ଗିର ସହରରର ଇଛାପଡ଼ାର ରାକେଶ ପୁରୋହିତ । ସୂଚନା ଅନୁସାରେ ରାକେଶ ଓ ତାଙ୍କ ସାଙ୍ଗମାନେ ଗୁଦଗୁଦାରେ ଭୋଜି କରୁଥିବା ବେଳେ ରାକେଶଙ୍କ ଗୋଡ଼ ଖସି ଯିବାରୁ ପାଣିରେ ପଡ଼ିଯାଇଥିଲେ ଓ ସେ ପାଣିରେ ପହଁରି ନପାରିବାରୁ ବୁଡି ଯାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କୁ ନ ପାଇବାରୁ ଗୁଡଭେଲା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ପ୍ରଥମ ଦିନରେ ତାଙ୍କର ସନ୍ଧାନ ମିଳି ନଥିବା ବେଳେ ଦ୍ଵିତୀୟ ଦିନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ । ତେବେ ଆଜି ରାକେଶଙ୍କ ମୃତ ଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ବୋଲି ସୂଚନା ରହିଛି । ଖବର ମଳିବା ପରେ ଅଂଚଳରେ ଶୋକର ଛାୟ ଖେଳି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.