
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ବଣାଇ ଥାନା ବାବୁ ନୂଆଗାଁରେ ଅଘଟଣା । ପାଣିଭର୍ତି ମୋରମ ଖାଦାନରେ ପଡି ଆଖିବୁଜିଲା ନାବାଳକ । ୫ ବର୍ଷର ଶିଶୁର ମୃତ୍ୟୁ ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ସୂଚନା ମୁତାବିକ, ସୁନ୍ଦରଗଡ଼ ବଣାଇ ଥାନା ଅନ୍ତର୍ଗତ ବାବୁ ନୂଆଗାଁ ଅଞ୍ଚଳରେ ଥିବା ଏକ ପାଣିଭର୍ତି ମୋରମ ଖାଦାନରେ ବୁଡି ନାବାଳକର ମୃତ୍ୟୁ ଘଟିଛି । ପାଣିଭର୍ତି ଖାଦାନରେ ପଡି ଶିଶୁଟି ଶ୍ୱାଶରୁଦ୍ଧ ହୋଇ ଜୀବନ ଚାଲିଯାଇଛି । ଏ ସମ୍ପର୍କରେ ସୂଚନା ପାଇ ବଣାଇ ଥାନା ବାବୁନୂଆଗାଁରେ ଗାତରେ ପଡ଼ି ୫ ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି ।