ବନକାବିଅଁର ବସଷ୍ଟାଣ୍ଡ ଛକ କପା କିଆରୀରୁ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବନକାବିଅଁର ବସଷ୍ଟାଣ୍ଡ ଛକ ନିକଟରେ ଥିବା କପା କିଆରୀରୁ ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହେଉଛି । ସୂଚନାଯୋଗ୍ୟ ଯେ, ତାଙ୍କ ନିଜ ଘର ଠିକଣା କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଟିକିରି ଗାଁରେ ବୋଲି ଜଣାପଡିଛି । ସେ ପାଟଣାଗଡ଼ ବ୍ଲକ୍‌ରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ ବନକାବିଅର ଛକଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତ ଦେହ ଓ ବାଇକ୍ ପଡ଼ିଥିବା ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । କନିଷ୍ଠ ଯନ୍ତ୍ରୀ ପାଟଣାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତ ଦାୟିତ୍ଵରେ ଥିବା ଯୋଗୁଁ କାମ ଗୁଡିକ ଭିଜିଟ କରି ଯାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ମୃତଦେହ ପଡ଼ିଥିବା ପାରିପାର୍ଶ୍ୱିକ ସ୍ଥିତକୁ ଅନୁଧ୍ୟାନ କଲେ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ତାଙ୍କ ମୃତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆହତ ହୋଇଥିବା ଦେଖିବାକୁ ମିଳିଛି । ବର୍ତମାନ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ହତ୍ୟା ନା ଏଥିରେ ଆଉ କିଛି ଷଡ଼ଯନ୍ତ୍ର ଅଛି କାରଣ ଅସ୍ପଷ୍ଟ । ତଦନ୍ତ ପରେ ସଠିକ୍‌ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପାଟଣାଗଡ଼ ଏସ୍ ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.