ପୋଖରୀରେ ଭାଷୁଛି ନବଜାତ ଶିଶୁ କନ୍ୟାର ମୃତଦେହ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟ ପୋଖରୀରେ ନବଜାତ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟରେ ଥିବା ଟୁକୁର୍ଲ୍ଲା ଗ୍ରାମର ପୋଖରୀରେ ଆଜି ଭାସମାନ ଅବସ୍ଥାରେ ଏକ ନବଜାତ ଶିଶୁ କନ୍ୟାର ଶବ ଦେଖିବାକୁ ମିଳିଛି । ଉକ୍ତ ପୋଖରୀରେ ଗ୍ରାମର ୨ ହଜାର ଲୋକ ନିର୍ଭର କରୁଥିବା ବେଳେ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି । ଯାହା ଗ୍ରାମର ଲୋକେ ଏପରି ଦୂଷିତ ପାଣି ବ୍ୟବହାର କରି ନାନା ରୋଗର ସମ୍ମୁଖୀନ ହେଉଛନ୍ତି । ହେଲେ ପ୍ରସାଶନ ତରଫରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉନାହିଁ । ଏପଟେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଗ୍ରାମରେ ଲୋକଙ୍କ ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.