ବଲାଙ୍ଗିର, (କେପିଏନ୍ଏସ୍) : କାମ ନ ପାଇ ବାହର ରାଜ୍ୟକୁ ଯାଉଛନ୍ତି ହଜାର ହଜାର ଦାଦନ ଶ୍ରମିକ । ଆଉ ସେଠାକୁ ଯାଇ କାମ କ’ଣ କରିବେ, କିଏ ନିର୍ଯ୍ୟାତନା ଶିକାର ହେଉଛନ୍ତି ତ ଆଉ କିଏ ଶବ ହୋଇ ଘରକୁ ଫେରୁଛନ୍ତି । ଗତ ୧ ତାରିଖରେ ହାତୀଶାଲପଡ଼ାର ଦୁଇଜଣ ସାଙ୍ଗ ଉମେଶ ପାଣ୍ଡେ ଏବଂ କୁନୁ ବନଛୋର ଦାଦନ ଖଟିବା ପାଇଁ ଚେନ୍ନାଇକୁ ଯାଇଥିଲେ । ହେଲେ ୧୧ ତାରିଖରେ ପେରମ୍ପର ରେଲୱେ ଷ୍ଟେସନ ନିକଟରେ ଉଭୟଙ୍କ ଶବ ପଡିଥିଲା । ଯାହକୁ ନେଇ ସେଠାକାର ରେଲୱେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ଗରିବ ଶ୍ରେଣúର ହୋଇଥିବାରୁ, ଧାର କରଜ କରି ଉଭୟଙ୍କ ଶବକୁ ଆଣିବାକୁ ଯାଇଥିଲେ । ଗତାକାଲି ତାଙ୍କ ଶବକୁ ଧରି ବଲାଙ୍ଗିର ପହଂଚିଥିବା ବେଳେ ଦୁଇଜଣ ସାଙ୍ଗ ଉମେଶ ଏବଂ କୁନୁଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବୀ କରିଛନ୍ତି ।