ବରାହ ଫାଶରେ ମୃତ ଶିକାରୀଙ୍କ ଶବ ୪୮ ଘଣ୍ଟା ପରେ ଠାବ କଲା ପୋଲିସ, ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଓ ୨ ଫେରାର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ ପତ୍ରା କାଳୀଡୁଙ୍ଗୁରି ଜଙ୍ଗଲରେ ଜଣେ ବରାହ ଶିକାରୀ ବିଦ୍ୟୁତ ସଂଯୋଗ ଫାଶରେ ପଡି ମୃତ୍ୟୁ ଘଟିଥିବା ବେଳେ ଶବକୁ ଗାଏବକୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଥିଲା । ଏହାର ୪୮ ଘଣ୍ଟା ପରେ ପୋଲିସ ଶବକୁ ଠାବ କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ମେଡିକାଲଙ୍କୁ ପଠାଇଥିଲା । ପରେ ପରିବାର ଲୋକଙ୍କୁ ପୋଲିସ ଶବ ହସ୍ତାନ୍ତର କରିଥିଲେ । ଏଥିରେ ଥାନା କେଶ ନଂ ୨୭୬/୨୩ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟଙ୍କୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଶିକାରୀଙ୍କ ନାମ ଲୋକନାଥ ବାଗ (୨୮ ) ଗ୍ରାମ ଧୂମାମରା, କୁମ୍ଭାରୀ ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ୧୬ ତାରିଖ ସନ୍ଧ୍ୟା ସମୟରେ ଲୋକନାଥ ବାଗ ଓ ୨ଜଣ ସାଥି ବିଦ୍ୟୁତ ସଂଯୋଗ କରିଥିଲେ । ଏହି ସମୟରେ ଜବଦୁ ଓ ତାର ସମ୍ପର୍କୀୟ ଭଣଜା ଗେଥଲ କଠାର ସହିତ ଜଙ୍ଗଲ କାଳୀକ୍ଷେତ ସ୍ଥିତ କାଳୀଡୁଙ୍ଗୁରି ପତ୍ରା ଜଙ୍ଗଲକୁ ବରାହ ଶିକାର କରିବା ପାଇଁ ଯାଇଥିଲେ । ଏହି ସମୟରେ ପୂର୍ବରୁ ଅନ୍ୟ ଜଣେ ଶିକାରୀ ୧୧କେଭି ଭୋଲଟ୍‌ ବିଦ୍ୟୁତ ସଂଯୋଗ କରି ବରାହ ପାଇଁ ଫାଶ ଲଗାଇଥିଲେ । ଏହି ସମୟରେ ଜବଦୁ ବରାହ ଫାଶରେ ପଡି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ଲୋକନାଥ ପୋଲିସ ଆଗରେ ପ୍ରକାଶ କରିଥିଲା । ପରେ ଘଟଣା ସମ୍ପର୍କରେ ଗେଥଲ ପରିବାର ଲୋକଙ୍କୁ ଖବର ଜଣାଇବା ପରେ ପରିବାର ଲୋକେ ପରଦିନ ଅର୍ଥାତ ୧୭ ତାରିଖ ଭୋର ସକାଳୁ ଶବ ପଡ଼ିଥିବା ଘଟଣାସ୍ଥଳକୁ ପହଂଚିଥିଲେ । କିନ୍ତୁ ଘଟଣାସ୍ଥଳରେ ଶବ ଗାଏବ ହୋଇଯାଇଛି ବୋଲି ଜବଦୁର ଶଳା ଶ୍ରୀପତି ପୋଢ଼ ପୋଲିସ ଆଗରେ ପ୍ରକାଶ କରିଥିଲା । ଅନ୍ୟପଟେ ଜବଦୁର ପତ୍ନୀ ଡାଳିମ୍ବ ବଗର୍ତ୍ତି ମୋ ସ୍ୱାମୀ ଜଙ୍ଗଲ ଆଡେ ଯାଉଛି କହି ଆଉ ରାତି ଘରକୁ ଫେରି ନ ଥିଲେ ବୋଲି ସଇଁତଲା ଥାନାରେ ଅଭିଯୋଗ କରିଥିଲେ । ଗତ ୧୮ ତାରିଖ ଘଟଣାସ୍ଥଳରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଥାନା ଏସଆଇ ଆଲୋକ ପ୍ରସାଦ ଭୋଇ, ଏଏସଆଇ ଲଷ୍ମଣ ମହାନ୍ତି, ଅରକ୍ଷିତ ନାୟକ ଓ ସଦବଦଳେ ପହଂଚି ଜଙ୍ଗଲ ଭିତକୁ ପଶି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ସନ୍ଧ୍ୟାରେ ଶବ ଠାବ କରିବାରେ ପୋଲିସ ସଫଳ ହୋଇଥିଲା । ଏ ନେଇ ସଇଁତଲା ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରୁ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବାବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ । ଉକ୍ତ ମାମଲାକୁ ଏସଆଇ ସଂଗୀତ ବେକ ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.