oum

ମହାନଦୀରେ ଭାସୁଛି ଅଜଣା ମୃତଦେହ

jsm

ବୌଦ୍ଧ, (ବଂଶୀଧର ମାଝୀ) : ମହାନଦୀରେ ଭାସୁଛି ଅଜଣା ମୃତଦେହ । ବୌଦ୍ଧ ସହର ମର୍ଯାକୁଦ ପୋଲ ନିକଟରେ ଏକ ଅଜଣା ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ମଙ୍ଗଳବାର ସକାଳ ସମୟରେ ବୌଦ୍ଧ ସହରର କିଛି ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ମର୍ଯାକୁଦ ପୋଲ ତଳେ ଏକ ମୃତଦେହ ଭାସୁଥିବା ଦେଖିଥିଲେ । ଏନେଇ ବୌଦ୍ଧ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କିନ୍ତୁ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହଟି ଅନ୍ୟ କେଉଁ ସ୍ଥାନରୁ ଭାସି ଆସିଥିବା ସନ୍ଦେହ କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.