ବିଦ୍ୟୁତ୍ ଆଘାତ ଲାଗି ହାତୀ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ଼ ରେଞ୍ଜ ଖଇରମୁଣ୍ଡା ଜଙ୍ଗଲ ନିକଟରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଖବର ମିଳିଛି । ମାଈ ହାତୀଟିର ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଖଇରମୁଣ୍ଡା ଜଙ୍ଗଲରେ ଏକ ମାଈ ହାତୀ ମରି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ମୃତ୍ୟୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ବିଦ୍ୟୁତ୍ ଆଘାତ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.