oum

ବିଦ୍ୟୁତ ତାର ସଂସ୍ପର୍ଶରେ ଅ‌ାସି ଚାଷୀ ଦମ୍ପତିଙ୍କ ମୃତ୍ୟୁ

jsm

ଗଞ୍ଜାମ : ବିଦ୍ୟୁତ ତାର ସଂସ୍ପର୍ଶରେ ଅ‌ାସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଞ୍ଚଳରେ ୧୧ କେଭି ବିଦ୍ୟୁତ ଖୁଣ୍ଟରୁ ଛିଂଡିଥିବା ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ପୁରୁଣା ବୁରୁପଡା ଗ୍ରାମର ହୀନ ସାମଲ(୬୫) ଓ ବିଷ୍ଣୁ ସାମଲ(୫୫) । ଆଜି ଭୋର୍‌ ୪ ଟା ସମୟରେ ଫୁଲ କୋବି ତୋଳିବା ପାଇଁ ବିଲକୁ ଯାଇଥିବା ବେଳେ ତାଙ୍କ ବିଲରେ ଥିବା ବିଦ୍ୟୁତ ଖୁଣ୍ଟରୁ ଛିଂଡିଥିବା ତାର ସଂସ୍ପର୍ଶରେ ଆସି ସେମାନେ ଗୁରୁତର ହୋଇଥିଲେ । ଖବର ପାଇ ପୁଅ ଗୌଡ ସାମଲ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳି ମେଡିକାଲ ନେଇଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଏହି ଘଟଣାରେ ସମଗ୍ର ହିଂଜିଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.