ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡାଠାରୁ ଜଗନ୍ନାଥପୁର ଯିବା ବୁଲାଣିରେ ଟ୍ରାକ୍ଟର ଧକ୍କାରେ ବାଇକ ଚାଳକ ଯୁବକର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ମାଧବ ନାଲାଙ୍କ ପୁଅ ରାଜା ନାଲା (୧୮) ପୂଜାରୀଗୁଡା ପଞ୍ଚାୟତର ବିନିସପୁର ଗ୍ରାମକୁ ମଜୁରିଆଙ୍କୁ ଆଣିବା ପାଇଁ ଆସୁଥିବା ବେଳେ ବିପରୀତ ଦିଗରୁ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ପଡି ରାଜା ଛଟପଟ ହେଉଥିଲେ । ଉକ୍ତ ଖବର ପରିବାର ଓ ଗ୍ରାମବାସୀ ଜାଣି ସଙ୍ଗେ ସଙ୍ଗେ ତାଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଦୁର୍ଘଟଣାର ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପୁଲିସ ଏସ୍ଆଇ ଦିଲ୍ଲୀପ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର ୯୧/୨୫ରେ ଦୁର୍ଘଟଣାରେ ମାମଲା ରୁଜୁ କରିଥିଲେ । ତେବେ ଦୁର୍ଘଟଣାର ତଦନ୍ତ ଚଳାଇଛି ପୁଲିସ ।
Next Post