କେନାଲରେ ବୁଡ଼ି ୩ ବର୍ଷର ଶିଶୁ ମୃତ

କୋଣାର୍କ : ପୁରୀ ଜିଲ୍ଲା ଗୋପ ବସ୍ତିରେ ଅଘଟଣ । କେନାଲରେ ବୁଡ଼ି ୩ ବର୍ଷର ଶିଶୁ ମୃତ । ସୂଚନା ଅନୁସାରେ, ପୁରୀ ଜିଲ୍ଲା ଗୋପ ବସ୍ତି ସାପୁଆ ମହଲରେ କେନାଲରେ ବୁଡ଼ି ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆୟନ ଖାନ(୩) ଖେଳୁଥିବା ବେଳେ କେନାଲକୁ ଖସିଯାଇଥିଲେ । ଶିଶୁଟି ପାଣିରେ ଭାସୁଥିବା ଦେଖି ପରିବାର ଲୋକେ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.