ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା : ମା’ପୁଅ ମୃତ

ରାଉରକେଲା : ଶୋଇଥିବା ବେଳେ ଘର ଭାଙ୍ଗି ୨ ଜଣଙ୍କ ଜୀବନ ନେଲା ହାତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ । ସୂଚନା ଅନୁଯାୟୀ, ବାଲିଝୁଡ଼ି ଗାଁରେ ମା’ ନିଜର ୪ ସନ୍ତାନଙ୍କ ସହ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗିଥିଲା । ଏହାପରେ ହାତୀ ସେମାନଙ୍କୁ ଦଳି ଦେବାକୁ ପ୍ରୟାସ କରୁଥିବା ବେଳେ ମା’ ଓ ପୁଅ ଉପରେ କାନ୍ଥ ପଡ଼ିଯାଇଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ୪ ମାସର ଗର୍ଭବତୀ ମା’ ଓ ୮ ବର୍ଷର ପୁଅର ମୃତ୍ୟୁ ହୋଇଛି । ଏଣେ ୩ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପଡ଼ୋଶୀମାନେ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.