ଘର ଉପରକୁ ମାଡ଼ିଗଲା ଟ୍ରକ୍‌ : ବୃଦ୍ଧା ମୃତ

ରାଇରଙ୍ଗପୁର : ଘର ଉପରକୁ ମାଡ଼ିଗଲା ଟ୍ରକ୍‌, ବୃଦ୍ଧା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଞ୍ଚି – ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଦାଣ୍ଡବୋଷ ଛକ ନିକଟସ୍ଥ ଆନନ୍ଦପୁରରେ । ଭାରସାମ୍ୟ ହରାଇ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ୍‌ଟି ରାସ୍ତାକଡ଼କୁ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା । ଭୋର୍‌ ୪.୩୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘର କାନ୍ଥ କମଳା ପାତ୍ର (୫୯)ଙ୍କ ଉପରେ ପଡ଼ିଥିବା ବେଳେ ଅନ୍ୟ ୬ ଜଣ ସଦସ୍ୟ ଅଲ୍ପକେ ବର୍ତ୍ତିଯାଇଥିଲେ । ଗୁରୁତର କମଳାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.