ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ କଲେଜ ଛାତ୍ର ମୃତ

ରାଉରକେଲା : ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି । ଗାଧୋଇବାକୁ ଯାଇଥିବାବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି । ମୃତ ଛାତ୍ର ଦ୍ୱୟ ହେଲେ ରଜତ ସାହୁ (୨୧) ଓ ସମୀର ସୁକୁମାର ନାୟକ (୨୩) । ସୂଚନା ଅନୁସାରେ ରାଉରକେଲା ଏନ୍‌ଆଇଟିକୁ ଇଣ୍ଟରନ୍‌ସିପ୍‌ ପାଇଁ ଆସିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ରଜତ ସାହୁ, ସମୀର ସୁକୁମାର ନାୟକ, ଭିସୁଟ୍‌ର ଛାତ୍ରୀ ଅଭିଲିପ୍ସା ପ୍ରଧାନ, ବୈଷ୍ଣୁଦେବୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମ୍ବିଧାନ ସାହୁ ଓ ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର ତପନ କୁମାର ପାତ୍ର ଆଜି ବେଦବ୍ୟାସ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ସେମାନେ ମନ୍ଦିର ବୁଲାବୁଲିସାରି ନିକଟରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତ ଛାତ୍ରଛାତ୍ରୀ ଯାଇଥିଲେ । ବହୁ କଷ୍ଟରେ ୪ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ରଜତ ଓ ସମୀରଙ୍କୁ ମୃତ ଭାବରେ ଉଦ୍ଧାର କରାଯାଇଥିଲା । ତେବେ ଉଦ୍ଧାର ଛାତ୍ର ଓ ଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.