
ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିଶ୍ଚିନ୍ତପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ଘଟଣାରେ ଗ୍ରାମର ୭୪ ବର୍ଷୀୟ ବୃଦ୍ଧ ଦୂତ ମହାନ୍ତ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନାଯୋଗ୍ୟ, ନିଶ୍ଚିନ୍ତପୁର ଗ୍ରାମ ନିକଟରୁ ଅନିତ ଦୂରରେ ଥିବା ବିଲରୁ ଧାନ କଟା ଯିବା ପରେ ରହି ଯାଇଥିବା ନାଡ଼ରେ କୌଣସି ଦୁର୍ବୁତ୍ତ ନିଁଆ ଲଗାଇ ଦେଇଥିଲା । ନିଁଆ ଲାଗିବା ଖବର ପାଇ ବୃଦ୍ଧ ଜଣକ ଦେଖିବା ପାଇଁ କ୍ଷେତକୁ ଯାଇଥିଲେ । ଏହି ସମୟରେ ପବନ ହେବାରୁ ତାଙ୍କ ଆଡ଼କୁ କ୍ଷୀପ୍ର ବେଗରେ ନିଁଆ ମାଡ଼ି ଆସି ଦେହରେ ଲାଗି ଯାଇଥିଲା । ସେ ତଳେ ପଡ଼ି ଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା କୌଣସି ବ୍ୟକ୍ତି ଘଟଣା ଦେଖି ତାଙ୍କ ପରିବାରକୁ ସୂଚନା ଦେଇଥିଲେ । ପରିବାର ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।